ETV Bharat / city

ଏଥର ପାଳନ ହେବ ଡିଜିଟାଲ ‘ସମ୍ବଲପୁରୀ ଦିନ୍’ - ଅଗଷ୍ଟ 1 ତାରିଖ ସମ୍ବଲପୁରୀ ଦିନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିଟାଲ ସମ୍ବଲପୁରୀ ଦିନ୍ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ କମିଟି । ଅଧିକ ପଢ଼ନ୍ତୁ...

Sambalpuri din to celebrated digitally, digital Sambalpuri din this year due to Covid-19, sambalpur news, ଡିଜିଟାଲ ସମ୍ବଲପୁରୀ ଦିନ, ଅଗଷ୍ଟ 1 ତାରିଖ ସମ୍ବଲପୁରୀ ଦିନ, ସମ୍ବଲପୁରୀ ଲେଖକ ଗୁରୁ ସତ୍ୟନାରାୟଣ ବହିଦାର
ଏଥର ପାଳନ ହେବ ଡିଜିଟାଲ ‘ସମ୍ବଲପୁରୀ ଦିନ’
author img

By

Published : Jul 29, 2020, 11:10 AM IST

Updated : Jul 29, 2020, 11:39 AM IST

ସମ୍ବଲପୁର: 2013 ମସିହାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ତାରିଖକୁ ସମ୍ବଲପୁରୀ ଦିନ ଭାବେ ସମ୍ବଲପୁର ତଥା ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ବିଶିଷ୍ଟ ସମ୍ବଲପୁରୀ ଲେଖକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ 1 ତାରିଖରେ ଏହା 2013 ରୁ ପାଳିତ ହୋଇଆସୁଛି। କେବଳ 7 ଜଣ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଦେଶ ତଥା ଦେଶ ବାହାରେ ପାଳିତ ହେଉଛି । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଏଥିରେ ବାଧା ଦେଇଛି ।

ଏଥର ପାଳନ ହେବ ଡିଜିଟାଲ ‘ସମ୍ବଲପୁରୀ ଦିନ’

ସମ୍ବଲପୁରୀ ଦିନ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ହୋଇ ଆସୁଥିଲା ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସମସ୍ତେ ଘରେ ରହି ପାଳନ କରିବେ ସମ୍ବଲପୁରୀ ଦିନ। କୋଭିଡ ପାଇଁ ଏଥର ଡିଜିଟାଲ ପ୍ଲାଟଫର୍ମରେ ପାଳନ କରାଯିବ ଏହି ଦିନ। ଘରେ ରହି ସମ୍ବଲପୁରୀ ପୋଷାକ ପରିଧାନ କରିବା ସହ ସମ୍ବଲପୁରୀ ଖାଦ୍ୟ ଖାଇ, ସମ୍ବଲପୁରୀ ନାଚଗୀତରେ ଝୁମିବାକୁ କହିଛି ସମ୍ବଲପୁରୀ ଦିନ ଆୟୋଜକ କମିଟି। ଏହା ସହ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ଭାଗ ନେଇ ପାରିବେ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମ୍ବଲପୁରୀ ଦିନ୍ କେବଳ ସମ୍ବଲପୁର ନୁହେଁ ବିଭିନ୍ନ ଜିଲ୍ଲା, ରାଜ୍ୟ, ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହେଉଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 29, 2020, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.