ସମ୍ବଲପୁର: କେରଳରୁ ଫେରାର ଥିବା 2 ହତ୍ୟା ଅଭିଯୁକ୍ତଙ୍କୁ ଧରିଲା ସମ୍ବଲପୁର ଆରପିଏଫ । ଗିରଫ ଅଭିଯୁକ୍ତ ହେଲେ ସହଦେଵ ଲାଙ୍ଗ ଓ ଦାବୁଇ ଚାମ୍ପିଆ । ଏହି ଅଭିଯୁକ୍ତଙ୍କ ନାଁରେ କେରଳ ଇଡୁକି(Idukki) ଜିଲ୍ଲାର ମୁନ୍ନାର (Munbar PS)ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ହତ୍ୟା ମାମଲା ରହିଛି ।

ତେବେ ଅଭିଯୁକ୍ତ ତିରୁପ୍ପୁର-ରାଉରକେଲା ଏକ୍ସପ୍ରେସରେ ଆସୁଥିବା ନେଇ ଗତ 26 ତାରିଖରେ ସମ୍ବଲପୁର ରେଳ ସୁରକ୍ଷା ବଳକୁ ସୂଚନା ଦିଆ ଯାଇଥିଲା । ଏହାପରେ ସମ୍ବଲପୁର ଆରପିଏଫ ଅଧିକାରୀ ଏମ ଯାଦବଙ୍କ ନେତୃତ୍ବରେ ପୋଲିସ 2ଟି ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।
ଏହି 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇ କେରଳ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସମ୍ବଲପୁର ଆରପିଏଫ ସୂଚନା ଦେଇଛି ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ