ETV Bharat / city

ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ପ୍ରଥମ ଟ୍ରାଏଲ, ଖୁସି ବ୍ୟକ୍ତ କଲେ ଝିଅ - ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣା

ସମ୍ବଲପୁର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ନନ୍ଦପଡାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ପ୍ରଥମ ଟ୍ରାଏଲ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆରମ୍ଭ ହୋଇଛି । ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅ ବିଜୟିନୀ ମିଶ୍ରଙ୍କ ପ୍ରଥମ ଟ୍ରାଏଲ ଅବସରରେ କୋର୍ଟରେ ପ୍ରଥମ ପେସି ଥିଲା । ଦୀର୍ଘ 10 ବର୍ଷ ଧରି ମାଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବା ବିଜୟିନୀ ଏହି ଟ୍ରାଏଲ ଆରମ୍ଭ ହେବା ପରେ ଆଶ୍ବସ୍ତି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର  ପ୍ରଥମ ଟ୍ରାଏଲ

author img

By

Published : Mar 9, 2022, 7:04 AM IST

ସମ୍ବଲପୁର: ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ନନ୍ଦପଡାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ମଙ୍ଗଳବାର ପ୍ରଥମ ଟ୍ରାଏଲ ସମ୍ବଲପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆରମ୍ଭ ହୋଇଛି । ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅ ବିଜୟିନୀ ମିଶ୍ରଙ୍କ ପ୍ରଥମ ଟ୍ରାଏଲ ଅବସରରେ କୋର୍ଟରେ ପ୍ରଥମ ପେସି ଥିଲା । ଦୀର୍ଘ 10 ବର୍ଷ ଧରି ମାଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବା ବିଜୟିନୀ ଏହି ଟ୍ରାଏଲ ଆରମ୍ଭ ହେବା ପରେ ଆଶ୍ବସ୍ତି ବ୍ୟକ୍ତ କରିବା ସହ ପୋଲିସର କାର୍ଯ୍ୟ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳା ଦିବସ ଦିନ, ଜଣେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କର ଝିଅଙ୍କ 10 ବର୍ଷ ର ସଙ୍ଘର୍ଷର ଫଳ ସ୍ବରୂପ ସମ୍ବଲପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ପ୍ରଥମ ଟ୍ରାଏଲ ଆରମ୍ଭ ହେବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ।

କ’ଣ ଥିଲା ଘଟଣା

ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ଘଟଣାକ୍ରମ କିଛି ଏପରି ଥିଲା । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ନନ୍ଦପଡାର ଜୟଶ୍ରୀ ମିଶ୍ର (45) 14 ଅକ୍ଟୋବର 2011ରୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲା । ଏନେଇ ତାଙ୍କ ପରିବାର ଲୋକେ 14 ଅକ୍ଟୋବର 2011ରେ ଟାଉନ ଥାନାରେ ନିଖୋଜ ହୋଇଥିବା ନେଇ ଏକ ଷ୍ଟେସନ ଡାଏରୀ ଦେଇଥିଲେ । ମାମଲା ଏମିତି ଗାଡି ଚାଲିଥିଲା ।

2018 ମସିହା ଡିସେମ୍ବର ମସିହାରେ କେହି ଜଣେ ବ୍ୟକ୍ତି ଏକ ଅଜଣା ନମ୍ବରରୁ ଜୟଶ୍ରୀଙ୍କ ଝିଅ ବିଜୟିନୀଙ୍କୁ କଲ କରି ତାଙ୍କ ମାଙ୍କ ହତ୍ୟା ହୋଇଛି ବୋଲି କହିଥିଲେ । ଏହା ପରେ ବିଜୟିନୀ ମାଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ଡିଜି, ଉତ୍ତରାଞ୍ଚଳ ଡିଆଇଜି,ଏଡିଜି ,କ୍ରାଇମଙ୍କ ଦ୍ବାରସ୍ଥ ହେବା ସହ ଆରଟିଆଇର ସାହାରା ନେବା ପରେ ତତ୍କାଳୀନ ପୋଲିସ ଡିଜି ଆରକେ ଶର୍ମା ଏନେଇ ତତ୍ପରତା ପ୍ରକାଶ କରିବା ପରେ ଏହି ମାମଲାଟି 2019 ଜୁଲାଇ 21ରେ ମର୍ଡର କେସକୁ କନଭର୍ଟ ହୋଇଥିଲା । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ 21 ଜୁଲାଇ 2019 ରେ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ବଡ ସିଂହାରି ଗାଁରୁ ଗିରଫ କରିଥିଲା ।

ଏହା ପରେ ଅଭିଯୁକ୍ତକୁ ପଚରା ଉଚରା କରି 25 ଜୁଲାଇ 2019 ରେ ବଡସିଂହାରି ଜଙ୍ଗଲ ଭିତରେ ମାଟି ଖୋଳି କିଛି ଦେହାବଶେଷ ଉଦ୍ଧାର କରିଥିଲା ପୋଲିସ । ଏହି ଦେହାବଶେଷ ଜୟଶ୍ରୀଙ୍କ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ତେବେ ସେହି ଦିନଠାରୁ ପୋଲିସ ଏହାର ତଦନ୍ତ ଜାରି ରଖିଥିଲା । ଏହା ପରେ 16 ନଭେମ୍ବର 2019 ରେ ପୋଲିସ ଏହି ଘଟଣାର ଚାର୍ଜ ସିଟ ଦାଖଲ କରିଥିଲା ।

ପୋଲିସର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ବିଜୟିନୀ 14 ନଭେମ୍ବର 2019ରେ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାମଲା ନେଇ ହାଇକୋର୍ଟ ଶୁଣାଣି କରି ସମ୍ବଲପୁର ଏସଡିଜେଏମ କୋର୍ଟରେ ପ୍ରଥମେ ଦ୍ବାରସ୍ଥ ହେବାକୁ ନିର୍ଦେଶ ଦେଇଥିଲେ । ବିଜୟିନୀ ସମ୍ବଲପୁର ଏସଡିଜେଏମ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ତେବେ ଏହା ଆଜି ସୁଦ୍ଧା ଏହାର ଶୁଣାଣି ହୋଇ ନଥିବା ବିଜୟିନୀ କହିଛନ୍ତି।

କିନ୍ତୁ ହତ୍ୟାକାଣ୍ଡ ନେଇ ସମ୍ବଲପୁର ଜିଲ୍ଲା ଦୌରା ଜଜଙ୍କ ଠାରେ ଆଜି ହତ୍ୟାକାଣ୍ଡର 10 ବର୍ଷ ପରେ ପ୍ରଥମ ଟ୍ରାଏଲ ଆରମ୍ଭ ହେବା ପରେ ଆଶ୍ଵସ୍ଥି ପ୍ରକାଶ କରିଛନ୍ତି ବିଜୟିନୀ । ଏହି ଘଟଣାରେ 42 ଜଣ ସାକ୍ଷୀ ଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.