ETV Bharat / city

ପଶ୍ଚିମ ଓଡିଶା କଳାକାର ମହାସଙ୍ଘ ପକ୍ଷରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବଞ୍ଚାଅ ଅଭିଯାନ - Doordarshan Kendra

ଜିଲ୍ଲାରେ ଥିବା ଦୂରଦର୍ଶନ କେନ୍ଦ୍ର ସ୍ଥାନାନ୍ତରଣ ଘଟଣାରେ ପଶ୍ଚିମ ଓଡିଶା କଳାକାର ମହାସଙ୍ଘ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶା କଳାକାର ମହାସଙ୍ଘ ପକ୍ଷରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବଞ୍ଚାଅ ଅଭିଯାନ

author img

By

Published : Aug 24, 2021, 10:39 PM IST

ସମ୍ବଲପୁର: ଜିଲ୍ଲାର ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ପଶ୍ଚିମ ଓଡିଶା କଳାକାର ମହାସଙ୍ଘର କଳାକାର । ଆଜି (ମଙ୍ଗଳବାର) ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାସଙ୍ଘର ସଦସ୍ୟମାନେ ଧାରଣା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଡ଼ ଜିତେନ୍ଦ୍ରିୟ ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନର ସଦସ୍ୟ ଓ ସଂସ୍କୃତି ପ୍ରେମୀ,ରାଜନେତା ସାମିଲ ହୋଇଥିଲେ ।

ପଶ୍ଚିମ ଓଡିଶା କଳାକାର ମହାସଙ୍ଘ ପକ୍ଷରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବଞ୍ଚାଅ ଅଭିଯାନ
ସମ୍ବଲପୁରରେ ଥିବା ଦୂରଦର୍ଶନ କେନ୍ଦ୍ର ଦେଶର ଅଷ୍ଟମ ତଥା ରାଜ୍ୟର ପ୍ରଥମ ଦୂରଦର୍ଶନ କେନ୍ଦ୍ର ଅଟେ । ଏହା ସହ ପଶ୍ଚିମ ଓଡିଶାର କଳାକାରଙ୍କ ସହ ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ଭାବାବେଗ ଜଡିତ ରହିଛି । ତେବେ ବର୍ତ୍ତମାନ କିଛି ଦିନ ହେଲା ଏହାର ଷ୍ଟାପ ପଦବୀ ଖାଲି କରି ଦିଆଯାଇଥିବାବେଳେ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି କଳାକାର ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି କଳାକାର ।

ଏହି ଆନ୍ଦୋଳନରେ କଳାକାରଙ୍କ ସହ ସ୍ଥାନୀୟ ରାଜନେତା ମଧ୍ୟ ସାମିଲ ହୋଇଛନ୍ତି । ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କେନ୍ଦ୍ର ରୂପେ ଗଢିବା,ଆଞ୍ଚଳିକ ଭାଷା ସାଟେଲାଇଟ ସର୍ଭିସ ଜରିଆରେ 24 ଘଣ୍ଟିଆ ପ୍ରସାରଣ ସେବା ବ୍ୟବସ୍ଥା, ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା, କୃଷି ଓ ଐତିହ୍ୟକୁ ନେଇ ସମ୍ବଲପୁରୀ ଭାଷାରେ ଅଧିକ କାର୍ଯ୍ୟକ୍ରମ ସମସ୍ତ ଖାଲି ପଦବୀ ପୂରଣ ଆଦି 4 ଦଫା ଦାବି କରିଛି କଳାକାର ସଙ୍ଘ।

ଏହି ଅବସରରେ ଆଜି କଳାକାର ସଂଘ ପକ୍ଷରୁ ବରଗଡ଼ ସାଂସଦଙ୍କ ଜରିଆରେ ଏକ ଦାବିପତ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହାସହ କଳାକାର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.