ETV Bharat / city

ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକାଶ କଲା ଜିଲ୍ଲା କଂଗ୍ରେସ

author img

By

Published : Jan 13, 2022, 9:49 PM IST

ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Sambalpur district congress
Sambalpur district congress

ସମ୍ବଲପୁର: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ । ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅଶ୍ବିନୀ ଗୁରୁ ଏମିତି କିଛି ଅଭିଯୋଗ କରିଛନ୍ତି ।

ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକାଶ କଲା ଜିଲ୍ଲା କଂଗ୍ରେସ

ଅଶ୍ବିନୀ ଗୁରୁ ଅଭିଯୋଗ କରିଛନ୍ତି ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ଲୋକଙ୍କୁ ପ୍ରଲୋଭନ ଦେଖାଇଲା ପରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଦିବାସୀ ଓ ହରିଜନ ତଥା ପଛୁଆ ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ନଥାଇ ଏହି ନିର୍ବାଚନ ହେବାକୁ ଯାଉଛି । ଏଭଳି ଭାବରେ କିପରି ନିରପେକ୍ଷ ନିର୍ବାଚନ ହେବ ? ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ । ଏହା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି ସେ । ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠିତ ହୋଇଥିବା ଅପରାଧ ଗୁଡିକରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି ବୋଲି କହିଛି କଂଗ୍ରେସ।

ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି ସଭାପତି ଅଶ୍ବିନୀ ଗୁରୁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.