ETV Bharat / city

ସମ୍ବଲପୁର ଏକ ହୋଲ୍‌ସେଲ୍‌ କପଡା ଦୋକାନରେ ସିଟି ଜିଏସଟିର ଚଢ଼ାଉ

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଗୁଜୁରାଟୀ କଲୋନୀର ଏକ ହୋଲ୍‌ସେଲ୍‌ କପଡ଼ା ଦୋକାନ ଉପରେ ଚଢ଼ାଉ କରିଛି ସମ୍ବଲପୁର ସିଟି ଜିଏସ୍‌ଟି ଟିମ୍‌ । ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରିଛି ସମ୍ବଲପୁର ସିଟି ଜିଏସଟି ବିଭାଗ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଏକ ହୋଲ୍‌ସେଲ୍‌ କପଡା ଦୋକାନରେ ସିଟି ଜିଏସଟିର ଚଢ଼ାଉ
ସମ୍ବଲପୁର ଏକ ହୋଲ୍‌ସେଲ୍‌ କପଡା ଦୋକାନରେ ସିଟି ଜିଏସଟିର ଚଢ଼ାଉ
author img

By

Published : Dec 28, 2021, 9:41 PM IST

ସମ୍ବଲପୁର: ଟାଉନ ଥାନା ଅନ୍ତର୍ଗତ ଗୁଜୁରାଟୀ କଲୋନୀର ଏକ ହୋଲ୍‌ସେଲ୍‌ କପଡ଼ା ଦୋକାନ ଉପରେ ଚଢ଼ାଉ କରିଛି ସମ୍ବଲପୁର ସିଟି ଜିଏସ୍‌ଟି ଟିମ୍‌ । ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରିଛି ସମ୍ବଲପୁର ସିଟି ଜିଏସଟି ବିଭାଗ । ବର୍ତ୍ତମାନ ସୁଦ୍ଧା ଏହି ଚଢ଼ାଉ ଜାରି ରହିଛି । ସମ୍ପୃକ୍ତ ହୋଲ୍‌ସେଲ୍‌ କପଡ଼ା ଦୋକାନର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଜାରି ରହିଛି ।

ସମ୍ବଲପୁର ଏକ ହୋଲ୍‌ସେଲ୍‌ କପଡା ଦୋକାନରେ ସିଟି ଜିଏସଟିର ଚଢ଼ାଉ

ସମ୍ବଲପୁର ସିଟି ଜିଏସ୍‌ଟି ଟିମ୍‌ରେ ୭ ଜଣ ସଦସ୍ୟ ସାମିଲ ରହିଛନ୍ତି । ତେବେ ଚଢ଼ାଉ ଶେଷ ହେବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜିଏସ୍‌ଟି ଟିମ୍‌ ପକ୍ଷରୁ କୁହାଯାଇଛି । କପଡ଼ା ଗୋଦାମରେ ଷ୍ଟକ୍‌, ସେଲ୍‌, ପରଚେଜ୍ ଭଳି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଯାଞ୍ଚ ହେଉଛି । ତା ସହିତ ଜିଏସ୍‌ଟି ସମ୍ପର୍କିତ କାଗଜପତ୍ରର ମଧ୍ୟ ଯାଞ୍ଚ କରୁଛି ସମ୍ବଲପୁର ସିଟି ଜିଏସ୍‌ଟି ଟିମ୍‌ । ଏହି ପରିଚିତ କପଡ଼ା ଦୋକାନ ଜିଏସ୍‌ଟି ଫାଙ୍କିଥିବା ନେଇ ଅଭଯୋଗ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.