ସମ୍ବଲପୁର: ଜିଲ୍ଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଏନେଇ ପ୍ରଶାସନ ଓ ବ୍ୟବସାୟୀ ସଙ୍ଘ ମଧ୍ୟରେ ହୋଇଛି ଆଲୋଚନା। ଦୋକାନ ବଜାରରେ ଭିଡ଼ କମେଇବାକୁ ଆଜି ଠାରୁ ସକାଳ 7 ରୁ ଅପରାହ୍ନ 2 ଟା ଯାଏ ଦୋକାନ ବଜାର ଖୋଲିବାର ସମୟକୁ ସିମୀତ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ସିଟିଜେନ କନେକ୍ଟ ପ୍ରୋଗାମ ମାଧ୍ୟମରେ ସହରର ଚେମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ଓ ମର୍ଚାଣ୍ଟ ଆସୋସିଏସନ ସହ ଆଲୋଚନା କରାଯାଇଛି ।
ବିଶେଷ କରି ବର୍ତ୍ତମାନ କୋଭିଡ ସମୟରେ ବିଭିନ୍ନ ଦୋକାନ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଭିଡକୁ କିପରି ଦୂର କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି । ଏଥିସହ ଵୈଠକରେ ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆଜି ଠାରୁ ସହରର ସମସ୍ତ ଦୋକାନ ବଜାର ସକାଳ 7 ଟାରୁ ଅପରାହ୍ନ 2ଟା ଯାଏ ଖୋଲାଯିବ ବୋଲି ସୂଚନା ଦିଆଯାଇଛି । ଏହି ଵୈଠକରେ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ, ମହାନଗର ନିଗମ କମିସନର ,ଡେପୁଟି କମିସନରଙ୍କ ସମେତ ବହୁ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିଲେ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ