ETV Bharat / city

ସ୍ୱେରେଜ ପ୍ରକଳ୍ପ ବିଳମ୍ବ ଯୋଗୁଁ ଅତିଷ୍ଟ ସହରବାସୀ - ସମ୍ବଲପୁର

ସମ୍ବଲପୁର ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ 2016 ମସିହାରେ ଆରମ୍ଭ ହୋଇଥିଲା (Odisha water supply Sewerage Board ) ସ୍ବେରେଜ ପ୍ରକଳ୍ପ । ସେତେବେଳେ ସ୍ଥାନୀୟ ଲୋକ ଆଶା କରିଥିଲେ ଯେ ଏହି ପ୍ରକଳ୍ପ ଦ୍ଵାରା ସହର ପରିମଳ ବ୍ୟବସ୍ଥା ସୁଧୁରିବ । ତେବେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେବାରୁ ସହରବାସୀ ଅଡୁଆ ପରିସ୍ଥିତିରେ ପଡିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ ବିଳମ୍ବ ଯୋଗୁଁ ଅତିଷ୍ଟ ସହରବାସୀ

author img

By

Published : Oct 12, 2022, 10:07 PM IST

ସମ୍ବଲପୁର: ସମ୍ବଲପୁର ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ 2016 ମସିହାରେ ଆରମ୍ଭ ହୋଇଥିଲା (Odisha water supply Sewerage Board ) ସ୍ବେରେଜ ପ୍ରକଳ୍ପ । ସେତେବେଳେ ସ୍ଥାନୀୟ ଲୋକ ଆଶା କରିଥିଲେ ଯେ ଏହି ପ୍ରକଳ୍ପ ଦ୍ଵାରା ସହର ପରିମଳ ବ୍ୟବସ୍ଥା ସୁଧୁରିବ । ତେବେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେବାରୁ ସହରବାସୀ ଅଡୁଆ ପରିସ୍ଥିତି ରେ ପଡିଛନ୍ତି । ସମ୍ବଲପୁର ସହରର ପ୍ରମୁଖ ରାସ୍ତା ଗୁଡିକରେ ଏହି ପ୍ରକଳ୍ପ ପାଇଁ ଡ୍ରେନ ଖୋଲିଦିଆଯିବାରୁ ରାସ୍ତା ଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା । ଆଉ ଏହାର ପରିଣାମ ସଦୃଶ ସ୍ଥାନୀୟ ଲୋକ ବର୍ତ୍ତମାନ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ ବିଳମ୍ବ ଯୋଗୁଁ ଅତିଷ୍ଟ ସହରବାସୀ

ସମ୍ବଲପୁର ସହରର ଦୁଃଖ ପାଲଟିଛି ସ୍ବେରେଜ ପ୍ରକଳ୍ପ । ସମ୍ବଲପୁର ସହର ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ 2016 ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ର ପାଇପ ବିଛାଇବା ପାଇଁ ଡ୍ରେନ ଖୋଲାଗଲା । ତେବେ ଡ୍ରେନ ଖୋଲାଯାଇ ପାଇପ ବିଛାଇବା ପରେ ରାସ୍ତା ଗୁଡ଼ିକ ପୂର୍ବ ପରି ମରାମତି କରିବାର ପ୍ରାବଧାନ ଥିଲେ ମଧ୍ୟ ସଂସ୍ଥା ଏହି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସମ୍ବଲପୁର ସହର ର ପ୍ରମୁଖ ରାସ୍ତା ଏବେ ଅତି ଶୋଚନୀୟ ଅବସ୍ଥା ରେ ପଡି ରହିଥୁବା ଅଭିଯୋଗ ହୋଇଛି। ରାସ୍ତାରେ ଖାଲଖମା ସହ ବିଭିନ୍ନ ସ୍ଥାନରେ ଧୂଳି ଉଡୁଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ସମ୍ବଲପୁର ରେଙ୍ଗାଲି ବିଧାୟକ ଅଭିଯୋଗ କରିଛନ୍ତି ଯେ ସ୍ୱରେଜ ବୋର୍ଡ, ପୂର୍ତ୍ତ ବିଭାଗ ଓ ମହାନଗର ନିଗମର କୌଣସି ସମନ୍ବୟ ରହୁନାହିଁ । ଫଳରେ ଆଜି ସମ୍ବଲପୁରରେ ଜନ ସାଧରଣ ଏହି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଏହି ସମସ୍ୟା ନେଇ ବିଧାନସଭା ରେ ମଧ୍ୟ ପ୍ରଶ୍ନ କରାଯାଇଛି ତେବେ କୌଣସି ସୁଫଳ ମିଳିନାହିଁ । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବେରେଜ,ପୋଲିସ, ରାଜସ୍ବ, ପୂର୍ତ୍ତ ଓ ମହାନଗର ନିଗମ କୁ ନେଇ ଏକ କମିଟି ଗଠନ ହୋଇଥିଲା । ତେବେ ତାହା କୌଣସି କାମ ରେ ଆସିନଥିବା ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।

ତେବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, "ଏହି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଅଛି ଯଥା ଶୀଘ୍ର ଏହା ସମ୍ପୂର୍ଣ ହେବ । ଅନ୍ୟପଟେ ସ୍ବେରେଜ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପ ରେ ମୋଟ 252 କିମି ଦୀର୍ଘତାର ପାଇପ ପଡିବାର ଅଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 96 କିମି ଦୀର୍ଘତାର ପାଇପ ଲାଇନ ପଡିବା କାର୍ଯ୍ୟ ସମ୍ପନ୍ନ ହୋଇଛି ବାକି କାର୍ଯ୍ୟ ଜାରି ରହିଛି । ଏହା ପରେ ମୁଖ୍ୟ ପାଇପ ଲାଇନ ରୁ ଘରକୁ ଘର ପାଇପ ସଂଯୋଗୀକରଣ କାର୍ଯ୍ୟ କରାଯିବ ଓ ଏହା ଏକ ଦୀର୍ଘ ମିଆଦି କାର୍ଯ୍ୟ ଯାହା ଜାରି ରହିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.