ETV Bharat / city

ଗୁଳିକାଣ୍ଡ ଘଟଣା; 4 ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି - ଶ୍ୟାମ ଡିଆରଆଇ

ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ସମ୍ବଲପୁର ସଦର SDPO ପ୍ରଦୀପ କୁମାର ସାହୁ । କେଉଁ ପରିସ୍ଥିତିରେ ସୁରକ୍ଷା କର୍ମୀ ଗୁଳି ଚାଳନା କରିଥିଲା, ନା ଏହା ପଛରେ ଅନ୍ୟ କାରଣ ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଏସଡିପିଓ । ଅଧିକ ପଢନ୍ତୁ..

V
Shyama DRI
author img

By

Published : Oct 1, 2021, 9:59 PM IST

ସମ୍ବଲପୁର: ଗତକାଲି (ଗୁରୁବାର) ସମ୍ବଲପୁର ରେଙ୍ଗାଲି ସ୍ଥିତ ଶ୍ୟାମ ଡିଆରଆଇ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଜଣେ ଯୁବକ ମୃତ୍ୟୁକୁ ନେଇ ଆଜି ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଶ୍ୟାମ ଡିଆରଆଇ କମ୍ପାନୀ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଯୁବକ ଜଣକ କମ୍ପାନୀ ଭିତରକୁ ପଶିଥିଲେ ଓ କେଉଁ ପରିସ୍ଥିତିରେ ତାଙ୍କ ଉପରକୁ ଗୁଳି କରାଗଲା ତାହା ଏବେବି ବଡ ପ୍ରଶ୍ନ ହୋଇ ରହିଛି ।

ଶ୍ୟାମ ଡିଆରଆଇରେ ଗୁଳିକାଣ୍ଡ ଘଟଣା; 4 ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି

ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ସମ୍ବଲପୁର ସଦର SDPO ପ୍ରଦୀପ କୁମାର ସାହୁ । କେଉଁ ପରିସ୍ଥିତିରେ ସୁରକ୍ଷା କର୍ମୀ ଗୁଳି ଚାଳନା କରିଥିଲା, ନା ଏହା ପଛରେ ଅନ୍ୟ କାରଣ ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଏସଡିପିଓ । ଏହି ଘଟଣାକୁ ନେଇ, ଗତକାଲି ପାଚେରୀ ଡେଇଁ ମୃତ ଅନୁରାଗଙ୍କ ସହ 4 ରୁ 5 ଜଣ ଚୋରୀ କରିବାକୁ ଚେଷ୍ଟା କରିବା ସହ ସୁରକ୍ଷା କର୍ମୀଙ୍କ ସହ ମାରପିଟ କରିବା ଫଳରେ ଗୁଳି ଚାଳନା ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି।

ଅନ୍ୟପଟେ ମୃତକଙ୍କ ପରିବାର ଲୋକଙ୍କୁ 3 ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛି କମ୍ପାନୀ । ଏହି ଘଟଣାରେ ଅଭିଯୁକ୍ତ ସୁରକ୍ଷା କର୍ମୀକୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ବେଳେ ଅନୁରାଗ ସହିତ କମ୍ପାନୀ ଭିତରକୁ ଯାଇଥିବା ଅନ୍ୟ 4 ଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ତେବେ ଦିନ ଦ୍ବିପ୍ରହରରେ ଅନୁରାଗ ଓ ଅନ୍ୟମାନେ କାହା ସାହସରେ ପାଚେରୀ ଡେଇଁ କମ୍ପାନୀ ଭିତରକୁ ପଶିଥିଲେ ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ଏଥି ସହିତ କମ୍ପାନୀର କୌଣସି କର୍ମଚାରୀଙ୍କ ସହ ମୃତକଙ୍କ ସମ୍ପର୍କ ଥିଲା ନା ନାହିଁ ସେହି ଦିଗରେ ବି ପୋଲିସ ତଦନ୍ତ ଜାରି ରଖିଛି ।

ତେବେ କମ୍ପାନୀ ଅଧିକାରୀଙ୍କ ମଧ୍ୟରେ ଥିବା ଅନ୍ତର କନ୍ଦଳ ଯୋଗୁଁ ମଧ୍ୟ ଏହି ଗୁଳିକାଣ୍ଡ ହୋଇଥାଇ ପାରେ ଓ ଅନୁରାଗ ଏହାର ଶିକାର ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପୋଲିସର ତଦନ୍ତ ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.