ETV Bharat / city

ଶୀତଳଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ତି, ଶନିବାର ଦେବ ଦମ୍ପତିଙ୍କ ବିବାହ - ଦେବ ଦମ୍ପତିଙ୍କ ବିବାହ

ଆସନ୍ତାକାଲି( ଶନିବାର) ହେବ ଦେବ ଦମ୍ପତିଙ୍କ ବିବାହ । ଗୁରୁବାର ସମ୍ପନ୍ନ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି । ଅଧିକ ପଢନ୍ତୁ

ଶୀତଳଷଷ୍ଠୀ ଯାତ୍ରା2022: ସରିଲା ପତରପେଣ୍ତି,ଆସନ୍ତାକାଲି ଦେବ ଦମ୍ପତିଙ୍କ ବିବାହ

author img

By

Published : Jun 3, 2022, 8:51 AM IST

ସମ୍ବଲପୁର: ଶନିବାର ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ । ଏଥିପାଇଁ ଉତ୍ସବ ମୁଖର ପୁରା ସମ୍ବଲପୁର ସହର । ଗୁରୁବାର ସମ୍ପନ୍ନ ହୋଇଛି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ବା ନିର୍ବନ୍ଧ । ଗୁରୁବାର ରାତି ପ୍ରାୟ ସାଢ଼େ 7 ଟା ସମୟରେ ଝାଡୁଆପଡା, ମୁଦିପଡା,ବଡ଼ବଜାର ଆଦି ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ଗୁଡ଼ିକର ବରପିତା ସପ୍ତରୁଷିଙ୍କ ସହ କନ୍ୟା ଅନ୍ବେଷଣରେ ବାହାରିଥିଲେ । ଘଣ୍ଟା,ଘଣ୍ଟା,ଶଙ୍ଖ ଓ ପାରମ୍ପରିକ ନୃତ୍ୟ ଗୀତର ତଳେ ତାଳେ ବରପିତା ଓ ସପ୍ତରୁଷିଙ୍କ କନ୍ୟା ଅନ୍ବେଷଣ ଶୋଭଯାତ୍ରା ବାହାରିଥିଲା ।

ଶୀତଳଷଷ୍ଠୀ ଯାତ୍ରା2022: ସରିଲା ପତରପେଣ୍ତି,ଆସନ୍ତାକାଲି ଦେବ ଦମ୍ପତିଙ୍କ ବିବାହ

ଏହାପରେ ରାତି ପ୍ରାୟ 11ଟା ସମୟରେ କନ୍ୟା ଘରକୁ ପହଞ୍ଚିବା ପରେ ବରପକ୍ଷର ଭବ୍ୟ ସ୍ବଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରବର୍ତ୍ତୀ ସମୟରେ ଦେବ ଦମ୍ପତିଙ୍କ ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଥିଲା । ଶୁକ୍ରବାର ସଂନ୍ଧ୍ୟାରେ ଅର୍ଥାତ ଆଜି ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟି ଗୁଡ଼ିକର ହନୁମାନ ନିଉତା ନୀତି ହେବ ।

ଏହା ପରେ ଜୁନ 4 ତାରିଖ ରାତି ପ୍ରାୟ ସାଢେ 10 ଟାରେ ଭଗବାନ ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ ଓ ରାତ୍ରୀ 4 ଟାରେ ବିବାହ ସମ୍ପନ୍ନ ହେବ। ଏହା ପରେ ଜୁନ 5 ତାରିଖ ରାତି 10 ଟାରେ ବାହାରିବ ଯୁଗଳ ଦର୍ଶନ ଶୋଭାଯାତ୍ରା । ଯାହା ଜୁନ 6 ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସନ୍ଧ୍ୟାରେ ଯୁଗଳ ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ହେବ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.