ETV Bharat / city

ପ୍ରିପେଡ ମିଟରକୁ ବିରୋଧ, TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ - TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ସମ୍ବଲପୁରରେ ପ୍ରିପେଡ ଇଲେକ୍ଟ୍ରି ମିଟରକୁ ବିରୋଧ । ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ପ୍ରିପେଡ ମିଟରକୁ ବିରୋଧ କରାଯିବା ସହ ସମ୍ବଲପୁର ଅଇଁଠାପାଲି ସ୍ଥିତ TPWODL ର କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

ପ୍ରିପେଡ ମିଟରକୁ ବିରୋଧ କରି  TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

author img

By

Published : Sep 16, 2022, 8:07 PM IST

ସମ୍ବଲପୁର: ସମ୍ବଲପୁରରେ ପ୍ରିପେଡ ଇଲେକ୍ଟ୍ରି ମିଟରକୁ ବିରୋଧ । ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ପ୍ରିପେଡ ମିଟରକୁ ବିରୋଧ କରାଯିବା ସହ ସମ୍ବଲପୁର ଅଇଁଠାପାଲି ସ୍ଥିତ TPWODL ର କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।

ପ୍ରିପେଡ ମିଟରକୁ ବିରୋଧ କରି TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ବର୍ତ୍ତମାନ ସମ୍ବଲପୁରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଲାଗି ରହିଛି । କାରଣ ପର୍ବ ପର୍ବାଣୀ ସମୟରେ ରକ୍ଷଣା ବେକ୍ଷଣ ନା ରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଲୋକେ ବିଦ୍ୟୁତ କାଟ ଯୋଗୁଁ ହଇରାଣ ହେଉଥିବା ବେଳେ ଏଭଳି ସ୍ଥିତିରେ ପ୍ରିପେଡ ମିଟରର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ।

ଏହା ମଧ୍ୟ ପଢ଼ନ୍ତୁ: TPWODL କାର୍ଯ୍ୟାଳୟ ଘେରିବ ପଶ୍ଚିମାଞ୍ଚଳ ଏକତା ମଞ୍ଚ

ସେପଟେ ବିଦ୍ୟୁତ ବିଲ ଆଦାୟ ସମୟରେ କମ୍ପାନୀର ଦଦାଗିରି, ତୃଟିପୂର୍ଣ୍ଣ ବିଲ ବାରମ୍ବାର ଆସିବା, ସମାଧାନ ହେବା ପୂର୍ବରୁ କନେକ୍ସନ କାଟିଦେବା ଏହି ଭଳି ବିଭିନ୍ନ ସମସ୍ୟା ନେଇ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଂଗଠନ TPWODL କାର୍ଯ୍ୟାଳୟ ଘେରାଉ କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଗାମୀ 2ବର୍ଷ ଭିତରେ ପଶ୍ଚିମ ଓଡିଶାରେ 2ଲକ୍ଷ ପ୍ରିପେଡ ମିଟର ଲଗାଯିବ ବୋଲି ପୂର୍ବରୁ କମ୍ପାନୀ ଘୋଷଣା କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ମଞ୍ଚ କହିଛି । ଅନ୍ୟପଟେ ସମ୍ବଲପୁରର କୌଣସି ସ୍ଥାନରେ ପ୍ରିପେଡ ମିଟର ଲଗାଗଲେ ତାକୁ ଭାଙ୍ଗି ଦିଆଯିବ ବୋଲି ମଞ୍ଚ କହିଛି । ସେପଟେ TPWODL ୟୁନିଟ ହେଡ ସଞ୍ଜିତ ନାଏକ କହିଛନ୍ତି, "ଏବେ ତ ଆମର ସ୍ମାର୍ଟ ମିଟର ଇନଷ୍ଟାଲେସନ ଚାଲିନାହିଁ । ଭବିଷ୍ଟତ ଯୋଜନା ନେଇ ମତେ କିଛି ଜଣା ନାହିଁ । ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ କଥା ହେବି । ଏବେ ଏନେଇ କିଛି କହିବା ଠିକ ହେବ ନାହିଁ ।"

ଗତକାଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଥିଲା । ମଞ୍ଚର ମୁଖ୍ୟ ସଂଯୋଜକ ମାନସ ବକ୍ସି ସୂଚନା ଦେଇଥିଲେ, "ସମ୍ବଲପୁରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରିପେଡ ଇଲେକ୍ଟ୍ରି ମିଟର ଲଗାଯାଉଛି । ଏହାକୁ ସମସ୍ତେ ବିରୋଧ କରିବା ଦରକାର । କାରଣ ଟାଟା ପାୱାରର ମନମୁଖୀ କାମ ବଢ଼ି ବଢ଼ି ଚାଲିଛି । ପ୍ରିପେଡ ଇଲେକ୍ଟ୍ରି ମିଟର ଆଗାମୀ ଦିନରେ ସମସ୍ତଙ୍କ ପାଇଁ କ୍ଷତିକାରକ ହେବ । ଏଣୁ ସମସ୍ତେ ନିଜ ହକ ପାଇ ପ୍ରତିବାଦ କରନ୍ତୁ । ଏଥିପାଇଁ ସମ୍ବଲପୁରର ସମସ୍ତ ଅଗ୍ରଣୀ ଅନୁଷ୍ଠାନ, ସମାଜସେବୀ ଅନୁଷ୍ଠାନ, ବାର ଆସୋସିଏସନ, ପ୍ରେସ କ୍ଲବ, ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନିମନ୍ତ୍ରିତ କରୁଛୁ । ସମସ୍ତେ ମିଶି ଟାଟା ପାୱାର କାର୍ଯ୍ୟାଳୟକୁ ଘେରାଉ କରି ଏହାର ପ୍ରତିବାଦ କରିବା । "

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.