ETV Bharat / city

ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ମୋର ଲକ୍ଷ୍ୟ: ରବି ନାୟକ

author img

By

Published : Apr 15, 2019, 11:44 AM IST

କ୍ରମାଗତ ଭାବେ ପଞ୍ଚମ ଥର ପାଇଁ କୁଚିଣ୍ଡା ସଂରକ୍ଷିତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ରବି ନାରାୟଣ ନାୟକ। ଏଥର ବିଧାୟକ ଭାବେ ନିର୍ବାଚିତ ହେଲେ ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଫାଇଲ ଫଟୋ

ସମ୍ବଲପୁର: ଆସନ୍ତା 23 ତାରିଖରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଏହା ଅଧିନସ୍ଥ କୁଚିଣ୍ଡା ସଂରକ୍ଷିତ ବିଧାନସଭା ଆସନ ପାଇଁ ହେବ ଭୋଟଗ୍ରହଣ। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦଳୀୟ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଏବର ବିଜେପି ବିଧାୟକ ରବି ନାରାୟଣ ନାୟକ। 2000, 2004 ଏବଂ 2014ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ। ଚଳିତ ଥର ପାଇଁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ରବି।

ଭିଡିଓ ସୌଜନ୍ୟ: ସମ୍ବାଦତାତା, ସମ୍ବଲପୁର
'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କୁଚିଣ୍ଡା ସଂରକ୍ଷିତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ରବି ନାରାୟଣ ନାୟକଙ୍କୁ। 2019 ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଏଥର ବିଧାୟକ ଭାବେ ନିର୍ବାଚିତ ହେଲେ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେବେ। ଖାସ କରି ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ର ଉପରେ ତାଙ୍କର ପ୍ରାଥମିକତା ରହିବ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ୍ ରଣା, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.