ETV Bharat / city

ସମ୍ବଲପୁରରେ ମାଡୁଛି ଓମିକ୍ରନ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲାଣି ୭ - ସମ୍ବଲପୁରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ୩ ଜଣ ସୁସ୍ଥ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସମ୍ବଲପୁରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

author img

By

Published : Jan 8, 2022, 12:30 PM IST

ସମ୍ବଲପୁର: ରାଜ୍ୟରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ଓମିକ୍ରନ ଆକ୍ରାନ୍ତ । ଏହାରି ମଧ୍ୟରେ ଗତକାଲି ସୁଦ୍ଧା ସମ୍ବଲପୁରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସମ୍ବଲପୁରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଶାନ୍ତି ନଗରରୁ ୩ ଜଣ ସଂକ୍ରମିତ ଥିବା ବେଳେ ଗତକାଲି ଗୁଜୁରାଟୀ କଲୋନୀ ରୁ ୩ ଓ ବୁର୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଶାନ୍ତିନଗରରୁ ଚିହ୍ନଟ ୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ୪ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଆଜି ସନ୍ଧ୍ୟା ସୁଦ୍ଧା ଡିସଚାର୍ଜ ହେବା ନେଇ ସୂଚନା ମିଳିଛି ।

ସମ୍ବଲପୁରରୁ ବାଦସାହା ଜୁସ୍ମନରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.