ସମ୍ବଲପୁର: ସମ୍ବଲପୁର ଗସ୍ତରେ ରାଜ୍ୟ ମାନବାଧିକାର କମିଶନ (Odisha Human Rights commission) ADGP ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଆଜି ସେ ସମ୍ବଲପୁର ମଣ୍ଡଳ କାରାଗାରକୁ ଆସି ପରିଦର୍ଶନ କରିବା ସହ କଏଦୀ ମାନଙ୍କ ଅବସ୍ଥା,ସ୍ବାସ୍ଥ୍ୟ, ସୁବିଧା, ଅସୁବିଧା, ଆବଶ୍ୟକତା ପଚାରି ବୁଝିଛନ୍ତି।
ଏହା ସହ ଜେଲର କଏଦୀ ମାନଙ୍କ ଉନ୍ନତିକରଣ କିପରି ହୋଇପାରିବ ସେନେଇ ତର୍ଜମା କରିଛନ୍ତି । ସବ ଜେଲରେ ଥିବା ବିଚାରାଧୀନ କଏଦୀମାନଙ୍କ ଓକିଲ ଅଛନ୍ତି ନା ନାହିଁ, ଯଦି ନଥିବେ କିପରି ସରକାରୀ ଓକିଲର ବ୍ୟବସ୍ଥା ହୋଇପାରିବ ସେନେଇ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।
ସେପଟେ ଜେଲରେ ଅଧାପନ୍ତରିଆ ହୋଇ ପଡିଥିବା କେତେକ ନିର୍ମାଣ କାର୍ଯ୍ୟ ଓ ବ୍ୟାରେକ ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଚିଠି କରାଯିବା ବୋଲି ସୂଚନା ଦେଇଛନ୍ତି ADGP । ଆଗାମୀ ଦିନରେ ଜେଲରେ ଥିବା କଏଦୀ ମାନଙ୍କୁ କିପରି କାମ ଯୋଗାଇ ବିଭିନ୍ନ ପ୍ରକାର ଉତ୍ପାଦନ କରାଯାଇ ଜେଲର ପରିଚାଳନା ରେ ଆତ୍ମନିର୍ଭରଶୀଳ ହେବ ସେନେଇ ବିଚାର କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ସହ ଜେଲ ଗୁଡିକରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବାରୁ ଅଧାରୁ ଅଧିକ ସଜା କାଟି ସାରିଥିବା କଏଦୀ ଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ଆଇନଗତ ବ୍ୟବସ୍ଥା ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ