ETV Bharat / city

ତିନି ଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ - ସମ୍ବଲପୁର ଗସ୍ତରେ ରାଜ୍ୟପାଳ

ତିନି ଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ । ଗସ୍ତର ପ୍ରଥମ ଦିନରେ ମହାମାରୀ ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଥିବା କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ । ଅଧିକ ପଢ଼ନ୍ତୁ

governor ganeshi lal visit to sambalpur
ସମ୍ବଲପୁର ଗସ୍ତରେ ରାଜ୍ୟପାଳ
author img

By

Published : Apr 22, 2022, 7:09 AM IST

ସମ୍ବଲପୁର: ତିନି ଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ । ଗସ୍ତର ପ୍ରଥମ ଦିନରେ ଭାଲୁପାଲି ଠାରେ ଥିବା ଦିବ୍ୟନୟନ ଯୋଗ ଓ ନେଚୁରୋପାଥି ସେଣ୍ଟରକୁ ଶୁଭ ଉଦଘାଟନ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ସମ୍ବଲପୁରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଓଡିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ ବର୍ଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ବଲପୁର ଗସ୍ତରେ ରାଜ୍ୟପାଳ

ଏହି ଅବସରରେ ମହାମାରୀ ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଥିବା କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ ସମ୍ବଲପୁର ତଥା ପଶ୍ଚିମ ଓଡିଶାର ବହୁ ବିଶିଷ୍ଟ ପ୍ରତିଭା ମାନଙ୍କୁ ରାଜ୍ୟପାଳ ସ୍ବତନ୍ତ୍ର ଭାବରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଓଡିଶା ସାଂସ୍କୃତିକ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.