ETV Bharat / city

ଭୀମସାର ପୂର୍ବତନ ନିର୍ଦ୍ଦେଶକଙ୍କୁ ଓଏମସିଆରର ନୋଟିସ - ଓଡ଼ିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନର ନୋଟିସ

ବୁର୍ଲା ଭୀମସାର ମେଡିକାଲର ପୂର୍ବତନ ବିବାଦୀୟ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ ଜାରି କଲା ଓଡ଼ିଶା ମେଡିକାଲ କାଉନସିଲ ଅଫ ରେଜିଷ୍ଟ୍ରେସନ । ସେପ୍ଟେମ୍ବର 6ରେ ନିଜ ପକ୍ଷ ରଖିବାକୁ ଡ.ପୂଜାହାରୀଙ୍କୁ ହାଜର ହେବାକୁ କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 27, 2019, 6:55 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କୁ ନୋଟିସ । ଓଡ଼ିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ(ଓଏମସିଆର) ପକ୍ଷରୁ ଜାରି ହୋଇଛି ନୋଟିସ । ବିବାଦୀୟ ଲୁଣ ଚିକିତ୍ସା ଉପରେ ନିଜର ପକ୍ଷ ରଖିବାକୁ ସେପ୍ଟେମ୍ବର 6ରେ ଡ. ପୂଜାହାରୀଙ୍କୁ ହାଜର ହେବାକୁ କୁହାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହା ସହ ବୁର୍ଲାର ଜୁନିୟର ଡାକ୍ତର ସଂଘର ସଭାପତିଙ୍କୁ ମଧ୍ୟ ଆସନ୍ତା 6 ରେ ଉପସ୍ଥିତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି । ତେବେ ଏନେଇ ଅଶ୍ବିନୀ ପୂଜାହାରୀଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କର୍କଟ ରୋଗର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଅଙ୍ଗରେ ଲୁଣ ଦେଇ ଉପଚାର କରୁଥିବା ପ୍ରସଙ୍ଗରେ ଓଏମସିଆର ନୋଟିସ ଜାରି କରିଛି ।

ଲୁଣ ଚିକିତ୍ସା ଘଟଣାକୁ ନେଇ ବିବାଦୀୟ ହୋଇପଡିଥିଲେ ଡ.ପୂଜାହାରୀ । ବୁର୍ଲା ମେଡିକାଲର ନିର୍ଦ୍ଦେଶକ ପଦବୀରୁ ହଟାଇବାକୁ ୟୁନିୟର ଡାକ୍ତର ସଂଘର ଜୋର ଧରିଥିଲା ଆନ୍ଦୋଳନ । ପଦବୀରୁ ହଟିବା ପରେ ସେ ବର୍ତ୍ତମାନ ସମ୍ବଲପୁର ଛାଡି ବାଙ୍ଗାଲୋରରେ ରହୁଛନ୍ତି ।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଲଢିଥିଲେ ପୂଜାହାରୀ । ତେବେ ନିର୍ବାଚନ ହାରିବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ର ପୂର୍ବତନ ବିବାଦୀୟ ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ଓଡିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ ତାରଫରୁ ନୋଟିସ କରାଯାଇଛି। ବିବାଦୀୟ ଲୁଣ ଚିକିତ୍ସା ନେଇ ନିଜର ପକ୍ଷ ରଖିବାକୁ ଅଶ୍ୱିନୀ ପୂଜାହାରୀ ଙ୍କୁ ଆସନ୍ତା ମାସ 6 ତାରିଖରେ ହାଜିର ହେବାକୁ କୁହାଯାଇଛି।Body:ବୁର୍ଲା ବଡ଼ ମେଡିକାଲ ର ବିବାଦୀୟ ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ବୁର୍ଲା ମେଡିକାଲ ଛାଡିଲା ପରେ ମଧ୍ୟ ଚର୍ଚ୍ଚା ରେ ଅଛନ୍ତି। ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଅଙ୍ଗରେ ଲୁଣ ଦେଇ ଉପଚାର କରୁଥିବା ପ୍ରସଙ୍ଗରେ ତାଙ୍କୁ ଓଡ଼ିଶା ମେଡିକାଲ କାଉନସିଲ ଅଫ ରେଜିଷ୍ଟ୍ରେସନ ତାରଫରୁ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଛି।ଆସନ୍ତା 6 ତାରିଖ ମଧ୍ୟରେ ତାଙ୍କୁ ହାଜିର ହେବାକୁ ନୋଟିସ ରେ ଉଲ୍ଲେଖ ରହିଛି।ଏହା ସହ ବୁର୍ଲାର ଜୁନିୟର ଡାକ୍ତର ସଂଘ ର ସଭାପତିଙ୍କୁ ମଧ୍ୟ ଆସନ୍ତା 6 ତାରିଖରେ ଉପସ୍ଥିତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।Conclusion:ତେବେ ଏନେଇ ଅଶ୍ୱିନୀ ପୂଜାହାରୀ ଙ୍କୁ ପଚରା ଯିବାରୁ ବର୍ତମାନ ସୁଦ୍ଧା ତାଙ୍କୁ କୌଣସି ସୂଚନା ମିଳିନି ବୋଲି କହିଛନ୍ତି।ସୂଚନାଯୋଗ୍ୟ ଯେ ବୁର୍ଲା ମେଡିକାଲ ର ନିର୍ଦ୍ଦେଶକ ପଦବୀରୁ ହଟିଲା ପରେ ସେ ସମ୍ବଲପୁର ଛାଡି ଏବେ ବାଙ୍ଗାଲୋର ରେ ରହୁଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.