ETV Bharat / city

NAC Election: କୁଚିଣ୍ଡା ଓ ରେଢ଼ାଖୋଲରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ - ସମ୍ବଲପୁର ଖବର

କୁଚିଣ୍ଡା ଓ ରେଢ଼ାଖୋଲ ଏନଏସିର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କୁଚିଣ୍ଡା ଉପଖଣ୍ଡରେ 11 ଟି ୱାର୍ଡ ଥିବା ବେଳେ ରେଢ଼ାଖୋଲରେ 13 ଟି ୱାର୍ଡ ରହିଛି। ଅଧିକ ପଢନ୍ତୁ

NAC Election : କୁଚିଣ୍ଡା ଓ ରେଢ଼ାଖୋଲରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

author img

By

Published : Mar 3, 2022, 8:59 PM IST

ସମ୍ବଲପୁର : ଜିଲ୍ଲାରେ ଥିବା କୁଚିଣ୍ଡା ଓ ରେଢ଼ାଖୋଲ ଏନଏସିର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କୁଚିଣ୍ଡା ଉପଖଣ୍ଡରେ 11 ଟି ୱାର୍ଡ ଥିବାବେଳେ ରେଢ଼ାଖୋଲରେ 13ଟି ୱାର୍ଡ ରହିଛି ।

NAC Election : କୁଚିଣ୍ଡା ଓ ରେଢ଼ାଖୋଲରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଉଭୟ ଏନଏସି(NAC)ରେ ଗତଥର ବିଜେଡି ବିଜୟୀ ହୋଇଥିଲା। କୁଚିଣ୍ଡାରେ ଗତଥର 11ଟି ସିଟରୁ ବିଜେଡି 6 ଟି,ବିଜେପି 3 ଓ କଂଗ୍ରେସ 2ଟି ସିଟ ପାଇଥିଲେ। ଅନ୍ୟପଟେ ରେଢ଼ାଖୋଲରେ ଗତଥର 13ଟି ୱାର୍ଡରୁ ବିଜେଡି 12ଟି ସିଟ ନେଇଥିବାବେଳେ ବିଜେପି ଗୋଟିଏ ସିଟ ନେଇଥିଲା ।

ଚଳିତ ଏନଏସି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ 2 ରୁ 7 ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ 11ଟାରୁ ଅପରାହ୍ନ 3 ଟା ଯାଏଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଆଣି ଏନଏସି କାର୍ଯ୍ୟାଳୟରେ ଦାଖଲ କରିପାରିବେ। ମାର୍ଚ୍ଚ 9ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ 14 ତାରିଖରେ ଅପରାହ୍ନ 3 ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିହେବ। ଆସନ୍ତା 24 ତାରିଖ ସକାଳ 8 ରୁ ସନ୍ଧ୍ୟା 5 ଟା ଯାଏଁ ମତଦାନ ହେବ । ଏହାସହ 26 ତାରିଖରେ ସକାଳ 8 ଟାରୁ ଭୋଟ ଗଣତି ଆରମ୍ଭ ହେବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.