ETV Bharat / city

ଦିନ ଦ୍ୱିପ୍ରହରରେ ଓକିଲଙ୍କ ଠୁ ଝାମ୍ପି ନେଲ 15 ଲକ୍ଷ, ସିସିଟିଭିରେ ଲୁଟ ଦୃଶ୍ୟ

author img

By

Published : Jan 31, 2022, 5:19 PM IST

Updated : Jan 31, 2022, 10:42 PM IST

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଦିନ ଦ୍ୱି ପହରରେ ଓକିଲଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ। ଏପରି ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଶିବ ମନ୍ଦିର ଅଞ୍ଚଳରେ । ଅଧିକ ପଢନ୍ତୁ

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ଦିନ ଦ୍ୱିପ୍ରହରରେ ଓକିଲଙ୍କ ଠୁ ଝାମ୍ପି ନେଲ 15 ଲକ୍ଷ

ସମ୍ବଲପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଦିନ ଦ୍ୱି ପହରରେ ଓକିଲଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ। ଏପରି ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଶିବ ମନ୍ଦିର ଅଞ୍ଚଳରେ ।

ଦିନ ଦ୍ୱିପ୍ରହରରେ ଓକିଲଙ୍କ ଠୁ ଝାମ୍ପି ନେଲ 15 ଲକ୍ଷ, ସିସିଟିଭିରେ ଲୁଟ ଦୃଶ୍ୟ

ସୂଚନା ଅନୁସାରେ , ସମ୍ବଲପୁର କୁଳୁତକାନି ଅଞ୍ଚଳର ରାଜେଶ ସାହୁ ନାମକ ଜଣେ ବ୍ୟକ୍ତି ଏସବିଆଇ ମୁଖ୍ଯ ଶାଖାରରୁ 15 ଲକ୍ଷ ଟଙ୍କା ଉଠାଣ କରିଥିଲେ । ପରେ ଟଙ୍କାକୁ ନେଇ ବାଇକରେ ଜଣେ ବ୍ୟକ୍ତିଙ୍କୁ ଜମିବାଡି କିଣାବିକା ବାବଦରେ ଦେବା ପାଇଁ ଗେଙ୍ଗୁଟିପାଲିକୁ ଯାଇଥିଲେ । ବାଇକ ରଖି ଟଙ୍କା ବ୍ୟାଗ ଧରି ସେହି ବ୍ୟକ୍ତିଙ୍କୁ ଦେବା ପାଇଁ ଯାଉଥିବା ସମୟରେ ହଠାତ ଏକ ପଲସରରେ ପଛପଟୁ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ଦୁଇ ଦୁବୃର୍ତ୍ତ ।

ଏହାବି ପଢନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକା ନାଁରେ ଚିଠି ଲେଖି ଝୁଲିପଡିଲେ ବ୍ୟବସାୟୀ

ତେବେ ସିସିଟିଭିରେ ଲୁଟ ସମୟର ଦୃଶ୍ୟ କଏଦ ହୋଇଛି । ଏହାକୁ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଲୁଟେରା ମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Jan 31, 2022, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.