ETV Bharat / city

ଭକ୍ତଙ୍କ ପାଇଁ ଖୋଲିଲା ସମଲେଶ୍ବରୀ ମନ୍ଦିରର ସମ୍ମୁଖ ଦ୍ୱାର

author img

By

Published : Mar 8, 2022, 10:22 PM IST

Updated : Mar 9, 2022, 7:39 AM IST

ଭକ୍ତଙ୍କ ପାଇଁ ଖୋଲିଲା ସମଲେଶ୍ବରୀ ମନ୍ଦିରର ସମ୍ମୁଖ ଦ୍ୱାର । ମନ୍ଦିରର ସମ୍ମୁଖ ଦ୍ବାର 1 ଦେଇ ଭକ୍ତ ମାନେ ପ୍ରବେଶ କରି ସମ୍ମୁଖ ଦ୍ବାର 2 ଦେଇ ପ୍ରସ୍ଥାନ କରି ପାରିବେ । ଅଧିକ ପଢନ୍ତୁ

ସମଲେଶ୍ବରୀ ମନ୍ଦିର
ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରର ସମ୍ମୁଖ ଦ୍ବାର । କୋଭିଡ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ସମ୍ମୁଖ ଦ୍ବାରା ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ମନ୍ଦିରର ସମ୍ମୁଖ ଦ୍ବାରା ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି ।

ମନ୍ଦିରର ସମ୍ମୁଖ ଦ୍ବାର 1 ଦେଇ ଭକ୍ତ ମାନେ ପ୍ରବେଶ କରି ସମ୍ମୁଖ ଦ୍ବାର 2 ଦେଇ ପ୍ରସ୍ଥାନ କରି ପାରିବେ । କୋଭିଡ ଯୋଗୁଁ ପୂର୍ବରୁ ସମ୍ମୁଖ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ତେବେ ପୂର୍ବ ପରି କୋଭିଡ କଟକଣା,ମାସ୍କ ପରିଧାନ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

ମନ୍ଦିର ସକାଳ 6ଟାରୁ ପୂର୍ବାହ୍ନ 11ଟା 30 ଯାଏଁ ଓ ଅପରାହ୍ନ 1 ଟାରୁ ସନ୍ଧ୍ୟା 7 ଟା 30 ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 9, 2022, 7:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.