ETV Bharat / city

ଲକଡାଉନ ପ୍ରଭାବ: ମହାନଦୀରୁ କମୁଛି ପ୍ରଦୂଷଣ ମାତ୍ରା ! - ଓଡିଶାର ପ୍ରାଣକେନ୍ଦ୍ର

‘ଲକଡାଉନ’ ଯାହାକୁ ନେଇ ମଣିଷ ସମାଜ ହନ୍ତସନ୍ତ । ହେଲେ ଏ ଭିତରେ ବଢିଚାଲିଛି ପ୍ରକୃତି ମା’ର ସୌନ୍ଦର୍ଯ୍ୟ । ଆକାଶ ବି ଧୀରେଧୀରେ ପ୍ରଦୂଷଣ ମୁକ୍ତ ହୋଇ ସ୍ବଚ୍ଛ ଓ ନିର୍ମଳ ହେଉଥିବାବେଳେ ପୂଣ୍ୟତୋୟା ମହାନଦୀ ଜଳରାଶି ବି ହେଉଛି ପ୍ରଦୂଷଣ ମୁକ୍ତ । ଅଧିକ ପଢନ୍ତୁ...

Luckdown reduces mahanadi pollution
ଲାକ୍‌ଡାଉନ୍‌ କମାଇଛି ମହାନଦୀର ପ୍ରଦୂଷଣ!
author img

By

Published : Apr 11, 2020, 8:38 PM IST

Updated : Apr 12, 2020, 1:13 PM IST

ସମ୍ବଲପୁର: ଐତିହାସିକ ସମ୍ବଲପୁର ସହରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଏ । କାରଣ ବର୍ତ୍ତମାନ ଏହା ପ୍ରଶାସନିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଗୁରୁତ୍ବ ବହନ କରୁଛି। ସେଥିପାଇଁ ଏହି ସହର ଧୀରେ ଧୀରେ ବଢିବାରେ ଲାଗିଛି।

ଲକଡାଉନ ପ୍ରଭାବ: ମହାନଦୀରୁ କମୁଛି ପ୍ରଦୂଷଣ ମାତ୍ରା !

ତେବେ ଏତେ ବଡ ସହରର ଜଳର ଚାହିଦା ମେଣ୍ଟାଉଛି ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ। ସମ୍ବଲପୁର ସହର କଡରେ ଏହି ନଦୀ ବୋହିଯାଉଥିବାବେଳେ ଗତ କିଛି ବର୍ଷ ହେଲା ଏହାର ଜଳର ପ୍ରଦୂଷଣର ମାତ୍ରା ବହୁତ ବଢିଯାଇଥିବା କୁହାଯାଏ। ତେବେ ବର୍ତ୍ତମାନ ଲକଡାଉନ ଯୋଗୁଁ ଜଳର ପ୍ରଦୂଷଣର ମାତ୍ରା କିଛି ପରିମାଣରେ କମିଥିବା କୁହାଯାଉଛି ।

ପଢନ୍ତୁ: ଲକ୍‌ଡାଉନ୍‌ ବଦଳାଇଲା ଯମୁନା ନଦୀର ଦୃଶ୍ୟ...

ଲକ୍‌ଡାଉନ୍‌ ଫଳରେ କାରଖାନା ଗୁଡିକ ବନ୍ଦ ରହିବା ଓ ଲୋକଙ୍କ ନଦୀଙ୍କୁ ଅଧିକ ନଯିବା ଏହାର କାରଣ ବୋଲି ଦର୍ଶାଯାଉଛି । ପୂର୍ବାପେକ୍ଷା ନଦୀର ଜଳ କିଛି ପରିମାଣରେ ସ୍ବଚ୍ଛ ହୋଇଥିବା ନଦୀକୂଳବାସୀ କହୁଛନ୍ତି । ହେଲେ ସେପଟେ ସହରର ବିଭିନ୍ନ କେନାଲ ଦେଇ ବର୍ଜ୍ୟବସ୍ତୁ ନଦୀରେ ମିଶୁଥିବାରୁ ମହାନଦୀ ଏବେବି ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ନୁହେଁ ବୋଲି ମତ ଦେଇଛନ୍ତି ପରିବେଶ୍‌ବିତ୍‌ । ତେବେ ଯାହାବି ହେଉ ପ୍ରକୃତରେ ଜଳର ପରୀକ୍ଷା କଲେ ହିଁ ନଦୀ ସ୍ବଚ୍ଛ ହୋଇଛି ନା ପୂର୍ବପରି ପ୍ରଦୂଷଣରେ ପୂର୍ଣ୍ଣ ରହିଛି ତାହା ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Last Updated : Apr 12, 2020, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.