ETV Bharat / city

ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ

ସମ୍ବଲପୁରରେ ଅସନ୍ତୋଷ ନିର୍ମାଣ ଶ୍ରମିକ । ସରକାରୀ ସୁବିଧାରୁ ବଞ୍ଚିତ ଶ୍ରମିକମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ ।

labour strike
ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ
author img

By

Published : Dec 6, 2019, 11:18 PM IST

ସମ୍ବଲପୁର: ଜିଲ୍ଲାରେ ଆଜି ନିର୍ମାଣ ଶ୍ରମିକଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ସୁବିଧାରୁ ଏମାନଙ୍କୁ ବଞ୍ଚିତ ରଖାଯାଉଥିବାର ଅଭିଯୋଗ ହୋଇଛି । ବାରମ୍ବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ଲାଭ ହେଉନଥିବାର ଅଭିଯୋଗ କରିଛି ଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ ।

ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ
ଆବେଦନକାରୀ ଶ୍ରମିକ ହିତାଧିକାରୀଙ୍କୁ ପରିଚୟ ପତ୍ର ଦେବାରେ ବିଳମ୍ବ, ଦୀର୍ଘ ବର୍ଷ ଧରି ଯନ୍ତ୍ରପାତି ଓ ସାଇକେଲ ନଦେବା ସହ ମୃତ୍ୟୁକାଳିନୀ ସହାୟତା, ବିବାହ, ଶିକ୍ଷା ଓ ପ୍ରସବକାଳୀନ ସହାୟତା ଦେବାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅବହେଳା କରୁଥିବାର ଅଭିଯୋଗ ହୋଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏହା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇ ରାସ୍ତାରୋକ କରିଥିଲେ ନିର୍ମାଣ ଶ୍ରମିକ । ପରବର୍ତ୍ତୀ ସମୟରେ ଡେପୁଟି ଶ୍ରମିକ କମିଶନରଙ୍କ ସହ ଆଲୋଚନା କରିବା ସହ ପ୍ରତିଶ୍ରୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଦେଖାଯାଇଛି ନିର୍ମାଣ ଶ୍ରମିକ ଅଶାନ୍ତି। ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଥିବା ସରକାରୀ ସୁବିଧା ଓ ସୁଯୋଗରୁ ସେମାନଙ୍କୁ ବଞ୍ଚିତ ରଖାଯାଉଛି ବୋଲି ଅଭିଯୋଗ କରିଛି ସମ୍ବଲପୁର ଜିଲା ନିର୍ମାଣ ଶ୍ରମିକ ସମନ୍ମୟ ସମିତି।

Body:ସମ୍ବଲପୁର ରେ ଆଜି ନିର୍ମାଣ ଶ୍ରମିକ ମାନଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ମାଣ ଶ୍ରମିକ ମନେ ସରକାରୀ ସୁବିଧାର ଲାଭ ଉଠାଇବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ବାରମ୍ବାର ଦଉଡି ଦଉଡି ନୟାନ୍ତ ହୋଇଗଲେ ମଧ୍ୟ କୌଣସି ସୁବିଧା ମିଳୁନଥିବାର ଅଭିଯୋଗ ଆଣିଛି ନିର୍ମାଣ ଶ୍ରମିକ ସଂଘ। ।ମୁଖ୍ୟତଃ ଆବେଦନକାରୀ ଶ୍ରମିକ ହିତାଧିକାରୀ ଙ୍କୁ ପରିଚୟ ପତ୍ର ଦେବାରେ ବିଳମ୍ବ, ଦୀର୍ଘ ବର୍ଷ ଧରି ଯନ୍ତ୍ରପାତି ଓ ସାଇକେଲ ନଦେବା,ମୃତ୍ୟୁ କାଳୀନ ସହାୟତା, ବିବାହ,ଶିକ୍ଷା ଓ ପ୍ରସବ କାଳୀନ ସହାୟତା ଦେବାରେ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଅବହେଳା କରୁଥିବାର ଅଭିଯୋଗ ହୋଇଛି ଏହି ସବୁ ଅଭିଯୋଗ ନେଇ ଆଜି ପ୍ରଥମେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲା ନିର୍ମାଣ ଶ୍ରମିକ ସଂଘ। ପରେ ପରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ ନିର୍ମାଣ ଶ୍ରମିକ ମାନେ।

Conclusion:ତେବେ ପରବର୍ତୀ ସମୟରେ ଡେପୁଟୀ ଲେବର କମିଶନର ଙ୍କ ସହ ଆଲୋଚନା କରିବା ସହ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ରୁ ଓହରି ରାସ୍ତା ରୋକୋ ରୁ ଓହରିଥିଲେ ଶ୍ରମିକ।

ବାଇଟ-1-ପ୍ରଶାନ୍ତ କୁମାର ପାଢୀ, ସଭାପତି,ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ମୟ ସମିତି। କଳା କୋଟ ପିନ୍ଧିଛନ୍ତି।
ବାଇଟ-2-ତ୍ରିନାଥ ରନବିଡା, ସାଧାରଣ ସମ୍ପାଦକ, ଜିଲ୍ଲା ଶ୍ରମିକ ସଂଘ ସମନ୍ମୟ ସମିତି। ସ୍ବେଟର ପିନ୍ଧିଛନ୍ତି।
ବାଇଟ-3-ହୁରବାଟ ଲୁଗୁନ, ଡେପୁଟୀ ଲେବର କମିଶନର,ସମ୍ବଲପୁର।ଚେକ ସାର୍ଟ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.