ETV Bharat / city

ନୂଆଁଖାଇ ଦିନ ସମଲେଶ୍ବରୀଙ୍କ ପୂଜାରେ ହୁଏ ବ୍ୟତିକ୍ରମ ! - ସମ୍ବଲପୁର ନ୍ୟୁଜ୍

ଦିନକ ପରେ ନୂଆଁଖାଇ । ଆଉ ମାତ୍ର ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପାରମ୍ପରିକ ରୀତିନୀତି ଅନୁଯାୟୀ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଅର୍ପଣ କରାଯାଏ । ତେବେ ନୂଆଁଖାଇ ଦିନ ସମଲେଶ୍ବରୀଙ୍କ ପୂଜାରେ ହୁଏ ବ୍ୟତିକ୍ରମ ! ଅଧିକ ପଢ଼ନ୍ତୁ

know the nuakhai rituals of maa samaleswari sambalpur
ନୂଆଁଖାଇ ଦିନ ସମଲେଶ୍ବରୀଙ୍କ ପୂଜାରେ କ'ଣ ହୁଏ ବ୍ୟତିକ୍ରମ? ଶୁଣନ୍ତୁ
author img

By

Published : Aug 30, 2022, 8:28 PM IST

Updated : Aug 30, 2022, 10:57 PM IST

ସମ୍ବଲପୁର: ଦିନକ ପରେ ନୂଆଁଖାଇ । ଆସନ୍ତା 1 ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କଠାରେ ଲାଗି ହେବ ନୂଆଁ ଚାଉଳ ଭୋଗ । ନୂଆଁଖାଇ ଦିନ ରୀତିନୀତି ଅନୁଯାୟୀ ଲଗ୍ନ ଅନୁସାରେ ମା'ଙ୍କ ପାଖରେ ନବାନ୍ନ ଅର୍ପଣ (nuakhai rituals of maa samaleswari) କରାଯାଏ ।

ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ସମଲେଶ୍ବରୀ ମନ୍ଦିର(samaleswari temple sambalpur)ର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି, " ନୂଆଁଖାଇ ଦିନ ମା'ଙ୍କ ପୂଜାର୍ଚ୍ଚନାରେ ବିଶେଷ ସ୍ବତନ୍ତ୍ରତା ରହିଛି । କାହିଁ କେଉଁ କାଳରୁ ନୂଆଁଖାଇ ପର୍ବ ପାଳନ ହେଉଛି । ଏହି ଅବସରରେ ପ୍ରତି ଘରେ ଘରେ ଲୋକେ ଭୋରରୁ ସ୍ନାନ କରି ମୁଖ୍ୟ ଭୋଗ ପ୍ରସ୍ତୁତ କରନ୍ତି । ସାରୁ ସାଗ, ଖିରୀ ଏବଂ କାକରା ଭୋଗ ଦେବାଦେବୀଙ୍କ ପାଖରେ ଲାଗିହୁଏ । ଚାଉଳ ଚୂନାରେ ତିଆରି ହୁଏ କାକରା । ଯାହା ମା'ଙ୍କ ପାଖରେ ଲାଗି ହୁଏ । ଭୋଗ ଲାଗିବାର ଅଧ ଘଣ୍ଟା ପୂର୍ବରୁ ମନ୍ଦିରର ବିଭିନ୍ନ ସ୍ଥାନରେ ବନା ବା ଝୁଟି ଦିଆଯାଇଥାଏ । ରୀତିନୀତି ଅନୁସାରେ ପୂଜା ଶେଷ ହେବାପରେ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଖୋଲାଯାଏ । ବର୍ଷ ତମାମ ପ୍ରତ୍ୟେକ ଦିନ ଭୋର 5 ଟାରେ ମନ୍ଦିରରେ ମଙ୍ଗଳ ଆଳତୀ ହେଉଥିବା ବେଳେ କେବଳ ନୂଆଁଖାଇ ଦିନ ବ୍ୟତିକ୍ରମ ଦେଖାଯାଇଥାଏ । ନିର୍ଘଣ୍ଟ ଲଗ୍ନ ଅନୁସାରେ ମା'ଙ୍କ ଠାରେ ପ୍ରଥମେ ନୂଆଁ ଚାଉଳର ଭୋଗ ଲାଗିଥାଏ । ଏହା ପରେ ମନ୍ଦିରର 115 ପାର୍ଶ୍ଵ ଦେବାଦେବୀଙ୍କୁ ଓ ଅଖାପାଖ ମନ୍ଦିରରେ ନବାନ୍ନ ଲାଗି ହୋଇଥାଏ । ପରବର୍ତ୍ତୀ ସମୟରେ ମଙ୍ଗଳ ଆଳତୀ ହେବାର ପରମ୍ପରା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା

ନୂଆଁଖାଇ ପର୍ବ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ, କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତା ଦେଇଥାଏ । କୁହାଯାଏ 1556 ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥପନା କରିବା ପରେ ମା ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜିଥିଲେ ଏବଂ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣାଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା । 1991 ମସିହାରେ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ସଙ୍ଗଠନର ଉଦ୍ୟମରେ ପଶ୍ଚିମ ଓଡିଶାର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣେଶ ପୂଜା ପରବର୍ତ୍ତୀ ଦିନ ନୂଆଁଖାଇ ଛୁଟି କରିବାକୁ ଦାବି କରିଥିଲେ । ଏହାପରେ ବିଜୁ ପଟ୍ଟନାୟକ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ପାଇଁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 30, 2022, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.