ETV Bharat / city

ବଡଖା ତିହାର ନୂଆଁଖାଇ: ଜାଣନ୍ତୁ କ'ଣ ରହିଛି ଏହାର ପରମ୍ପରା ଏବଂ ଇତିହାସ - ନୂଆଁଖାଇର ସଂସ୍କୃତି ଓ ପରମ୍ପରା

ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଁଖାଇକୁ ନେଇ କ'ଣ କହୁଛି ଇତିହାସ । ଅଧିକ ଜାଣନ୍ତୁ

know the history and rituals of agricultural festival nuakhai
ବଡ଼ଖା ତିହାର ନୂଆଁଖାଇ: ଜାଣନ୍ତୁ କ'ଣ ରହିଛି ଏହାର ପରମ୍ପରା ଏବଂ ଇତିହାସ
author img

By

Published : Aug 30, 2022, 10:21 PM IST

ସମ୍ବଲପୁର: ଦିନକ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ (agricultural festival nuakhai) । ଏଥିପାଇଁ ଏବେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ସଂସ୍କୃତି ଏବଂ ପରମ୍ପରାର ମହତ୍ୱ ସହ ଭାଇଚାରାର ସ୍ବାଦ ଚଖାଇଥାଏ ଏହି ପର୍ବ । ତେବେ ନୂଆଁଖାଇର ପରମ୍ପରା ଏବଂ ଇତିହାସ ବେଶ ନିଆରା (history and rituals of nuakhai) ।

ବଡ଼ଖା ତିହାର ନୂଆଁଖାଇ

ନୂଆଁଖାଇର ସଂସ୍କୃତି ଓ ପରମ୍ପରା

ନୂଆଁଖାଇ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ । ଏହାକୁ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି କୁହାଯାଏ । ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ,କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତ୍ତା ଦେଇଥାଏ। ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ । ନୂତନ ଭାବେ ଅମଳ ହୋଇଥିବା ନୂଆଁ ଧାନର ଚାଉଳକୁ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଏ । ଏହାପରେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ନୈବେଦ୍ୟ ଆକାରରେ ନୂଆଁଖାଇ ଦିନ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ନବାନ୍ନ ଖାଇଥାନ୍ତି । କନିଷ୍ଠ ମାନେ ପରିବାରର ଜ୍ୟେଷ୍ଠଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ଜ୍ୟେଷ୍ଠମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହାକୁ ଜୁହାର ଭେଟ ପରମ୍ପରା କୁହାଯାଏ । ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଏକାଠି ପରିବାର ସହ ନୂଆଁଖାଇ ପାଳିବାର ପରମ୍ପରା ରହିଛି । ପରିବାରର ଜଣେ ମଧ୍ୟ ଅନୁପସ୍ଥିତ ରହିଲେ ନୂଆଁଖାଇ ପାଳନ ହୋଇନଥାଏ । ସଭିଙ୍କ ପାଇଁ ନୂଆ ବସ୍ତ୍ର କିଣାହୁଏ । ଘରେ ଘରେ ପିଠାପଣାର ଆସର ଜମିଥାଏ ।

ପରବର୍ତ୍ତୀ ସମୟରେ ନିଜ ସାହିରେ ଯିଏ ଯାହାକୁ ଭେଟିଲେ ପୂର୍ବର ସବୁ ରାଗ ଅଭିମାନ ଭୁଲି ଜୁହାର କରିବାର ପରମ୍ପରା ରହିଛି । ଅପରାହ୍ନରେ ଗାଁ ଦାଣ୍ଡରେ ଯୁବକମାନେ ବିଭିନ୍ନ ଖେଳ ଖେଳିଥାନ୍ତି ଏବଂ ରାତ୍ରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଦିନକ ପରେ ନୂଆଁଖାଇ, ପୁରପଲ୍ଲୀରେ ଚାଲିଛି ସଜବାଜ

ନୂଆଁଖାଇର ଇତିହାସ

ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ତେବେ1556 ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥପନ କରିବା ପରେ ମା' ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ । ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣେଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକେ ଭିନ୍ନ ଭିନ୍ନ ଦିନରେ ନୂଆଁଖାଇ ପାଳନ କରୁଥିବାରୁ ରାଜ୍ୟ ସରକାର ଛୁଟି ଦେଉନଥିଲେ । ତେବେ 1991 ମସିହାରେ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ସଙ୍ଗଠନର ଉଦ୍ୟମ କ୍ରମେ ପଶ୍ଚିମ ଓଡିଶାର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣେଶ ପୂଜା ପରବର୍ତ୍ତୀ ଦିନ ନୂଆଁଖାଇ ଛୁଟି କରିବାକୁ ଦାବି କରିଥିଲେ । ବିଜୁ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଗୋଟିଏ ଦିନର ନୂଆଁଖାଇ ସରକାରୀ ଛୁଟି ଘୋଷଣା କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.