ETV Bharat / city

ସମ୍ବଲପୁର କୁଚିଣ୍ଡାରେ ହାତୀ ମୃତ୍ୟୁ, କାରଣ ଖୋଜୁଛି ଜଏଣ୍ଟ ଟାସ୍କ ଫୋର୍ସ - ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

ସମ୍ବଲପୁର ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ । ନିକଟରେ ତିଳେଇମାଲ ଗ୍ରାମସ୍ଥିତ ପତରା ଜଙ୍ଗଲରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

ସମ୍ବଲପୁର କୁଚିଣ୍ଡାରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

author img

By

Published : Oct 9, 2022, 1:35 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ଘଟଣା । ଏହି ଘଟଣାକୁ ନେଇ କୁଚିଣ୍ଡା ଉପଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ତିଳେଇମାଲ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ । ନିକଟରେ ତିଳେଇମାଲ ଗ୍ରାମସ୍ଥିତ ପତରା ଜଙ୍ଗଲରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

ସମ୍ବଲପୁର କୁଚିଣ୍ଡାରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

ଏହି ଘଟଣାର ଅଧିକ ତଦନ୍ତ କରିବାକୁ ସମ୍ବଲପୁରରେ ଜଏଣ୍ଟ ଟାସ୍କ ଫୋର୍ସ ଟିମ ପହଞ୍ଚିଛି । ଏହି 2ଟି ହାତୀ ମୃତ୍ୟୁର ରହସ୍ୟ ଖୋଜୁଛି ଏବେ ଜଏଣ୍ଟ ଟାକ୍ସଫୋର୍ସ କମିଟି । ଏହି ଜଙ୍ଗଲରୁ ଗତ ଗୁରୁବାର ଦିନ 2ଟି ହାତୀର ମୃତଦେହ ଠାବ ହୋଇଥିଲା l ପରେ ଶୁକ୍ରବାର ବାମରା ଡିଏଫଓଙ୍କ ଉପସ୍ଥିତିରେ 2ଟି ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦିଆଯାଇଥିଲା । ରବିବାର ଅପରାହ୍ନରେ ଭୁବନେଶ୍ୱରରୁ ରାମପ୍ରସାଦ ଅରବିନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଜଏଣ୍ଟ ଟାସ୍କ ଫୋର୍ସର ପ୍ରତିନିଧି ଦଳ କୁଚିଣ୍ଡା ତିଳେଇମାଲ ଗାଁରେ ପହଞ୍ଚି ଘଟଣାସ୍ଥଳର ପାରିପାର୍ଶ୍ଵିକ ପରିସ୍ଥିତି ଦେଖିଥିଲେ । ଏହାସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ପୂର୍ବରୁ କ୍ଷେତରେ ସିଞ୍ଚନ ହୋଇଥିବା କୀଟନାଶକ ଯୋଗୁଁ ହାତୀ 2ଟିର ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରିଥିଲା ବନବିଭାଗ l

ଏହାମଧ୍ୟ ପଢ଼ନ୍ତୁ....... ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

ବୁଧବାର ମଧ୍ୟରାତ୍ରିରେ କୀଟନାଶକ ସିଞ୍ଚନ ହୋଇଥିବା ଧାନ ଗଛ ଖାଇ ଗୋଟିଏ ମାଈ ହାତୀ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ତେବେ ବଜାରରେ ଉପଲବ୍ଧ କୀଟନାଶକ ପ୍ରଭାବରେ ପୋକ ମରୁ ନଥିବା ଅଭିଯୋଗ ହେଉଥିବା ବେଳେ ଦୁଇଦୁଇଟି ହାତୀର ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି । ହାତୀଙ୍କୁ ମାରିବା ପାଇଁ ଜାଣିଶୁଣି ଉତ୍କଟ ବିଷ ପ୍ରୟୋଗ କରାଯାଇଥିବା ପରିବେଶ ପ୍ରେମୀ ଅନୁମାନ କରୁଛନ୍ତି । ଗୁରୁବାର ଦିନ ସ୍ଥାନୀୟ ଗ୍ରାମବାସୀ ପାହାଡ଼ ତଳି ଅଞ୍ଚଳରୁ ୨ଟି ହାତୀ ମରି ପଡ଼ିଥିବା ଦେଖିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଜମନକିରା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ ।

ଏହାପରେ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାସହ ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.