ETV Bharat / city

ହୀରାକୁଦରେ ଖୋଲିଲା ୪୦ଟି ଗେଟ, ନିଷ୍କାସିତ ହେଉଛି 6 ଲକ୍ଷରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ - ହୀରାକୁଦରେ ଖୋଲିବ ୪୦ଟି ଗେଟ୍‌

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଅଧିକ ପଢନ୍ତୁ

ହୀରାକୁଦରେ ଖୋଲିବ ୪୦ଟି ଗେଟ୍‌ !
ହୀରାକୁଦରେ ଖୋଲିବ ୪୦ଟି ଗେଟ୍‌ !
author img

By

Published : Aug 16, 2022, 4:27 PM IST

Updated : Aug 16, 2022, 7:34 PM IST

ସମ୍ବଲପୁର: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଏହି ସମୟରେ ଡ୍ୟାମକୁ 6 ଲକ୍ଷ 91 ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 6 ଲକ୍ଷ 10 ହଜାରରୁ ଊର୍ଦ୍ଧ୍ୱ ବନ୍ୟାଜଳ ନିଷ୍କାସିତ ହେଉଛି ।

ହୀରାକୁଦରେ ଖୋଲିଲା ୪୦ଟି ଗେଟ

ହୀରାକୁଦରେ ଅପରାହ୍ନରେ ୫ଟି ଗେଟ୍‌ ଖୋଲିବା ପରେ ପୁଣି ଆଉ ୫ଟି ଗେଟ୍‌ ଖୋଲିଛି । ବର୍ତ୍ତମାନ 36ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ପୂର୍ବରୁ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ୧୦ଟି ଗେଟ୍‌ ଖୋଲିଛି । ରାତି ସୁଦ୍ଧା ମୋଟ ୪୦ଟି ଗେଟ୍‌ ଖୋଲିବା ନେଇ ଜଳଭଣ୍ଡାରର ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ହୀରାକୁଦରେ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏହାପରେ ଗତକାଲି (ସୋମବାର) ତଳମୁଣ୍ଡରେ ବର୍ଷା କମିବା ପରେ ୮ଟି ଗେଟ୍‌କୁ ବନ୍ଦ କରାଯାଇଥିଲା । ମାତ୍ର ପୁଣି ହୀରାକୁଦରେ ଜଳସ୍ତର ବଢିବା ପରେ ଆଉ ଗେଟ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ୩ଟା ସୁଦ୍ଧା ୨୬ଟି ଗେଟ ଖୋଲାଥିବା ବେଳେ ସାନ୍ଧ୍ୟ ୬ଟା ସୁଦ୍ଧା ପର୍ଯ୍ୟାୟ କ୍ରମରେ ଆହୁରି ୧୦ଟି ଗେଟ ଖୋଲା ସରିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ୩୬ ଟି ଗେଟ ଖୋଲା ରହିଛି।

ରାତି ୯ଟା ସୁଦ୍ଧା ଆହୁରି ୪ଟି ଗେଟ ଖୋଲାଯିବ। ଏଭଳି ଭାବରେ ରାତି ୯ଟା ସୁଦ୍ଧା ମୋଟ ୪୦ଟି ଗେଟ ଖୋଲିଯିବ। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି ୭,୭୦,୩୯୭ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ବର୍ତ୍ତମାନ ମିଳିଥିବା ଶେଷ ସୂଚନା ସୁଦ୍ଧା ଜଳଭଣ୍ଡାରରୁ ମହାନଦୀକୁ ହାରାହାରି ୬ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦରେ ୬୨୬.୫ଫୁଟ ଜଳସ୍ତର ରହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 16, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.