ETV Bharat / city

୩୬୦ ବର୍ଷର ନିଆରା ପରମ୍ପରା, ତାଜିଆ ଶୋଭାଯାତ୍ରା କରୁଛନ୍ତି ହିନ୍ଦୁ - ସମ୍ବଲପୁରରେ ବଳିଦାନର ପର୍ବ ମହରମ

ସମ୍ବଲପୁରରେ ନିଆରେ ଢଙ୍ଗରେ ପାଳିତ ହୋଇଛି ବଳିଦାନର ପର୍ବ ମହରମ । 364 ବର୍ଷ ହେଲା ସମ୍ବଲପୁର ମୁଦିପଡାର ହିନ୍ଦୁ ପରିବାର ତାଜିଆ ଶୋଭାଯାତ୍ରା ବାହାର କରି ଆସୁଛନ୍ତି । ଅଧିକ ପଢ଼ନ୍ତୁ

hindu and muslim together celebrated maharram in sambalpur
୩୬୦ ବର୍ଷର ନିଆରା ପରମ୍ପରା, ତାଜିଆ ଶୋଭାଯାତ୍ରା କରୁଛନ୍ତି ହିନ୍ଦୁ
author img

By

Published : Aug 10, 2022, 7:59 AM IST

ସମ୍ବଲପୁର: ସମ୍ବଲପୁରରେ ପାଳିତ ହୋଇଛି ମୁସଲମାନ ଧର୍ମାବଲମ୍ବୀଙ୍କ ବଳିଦାନର ପର୍ବ ମହରମ । ସାରା ବିଶ୍ବରେ ଏହି ପର୍ବ ପାଳିତ ହେଉଥିବାବେଳେ ସମ୍ବଲପୁର ମହରମର ରହିଛି ସ୍ବତନ୍ତ୍ରତା । 364 ବର୍ଷ ହେଲା ସମ୍ବଲପୁର ମୁଦିପଡାର ହିନ୍ଦୁ ପରିବାରର10 ପିଢି ତାଜିଆ ଶୋଭାଯାତ୍ରା ବାହାର କରି ଆସୁଛନ୍ତି । ଏଭଳି ଏକ ନିଆରା ଝଙ୍ଗରେ ମହରମ ପାଳି ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ସୃଷ୍ଟି କରିଛନ୍ତି ।

୩୬୦ ବର୍ଷର ନିଆରା ପରମ୍ପରା

ସମ୍ବଲପୁରର ହିନ୍ଦୁ ତାଜିଆ ଶୋଭଯାତ୍ରା କଥା ଶୁଣିଲେ ଅପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ । ତେବେ କଥାଟା ସତ । ମୁଦିପଡା ଅଞ୍ଚଳର ପଢ଼ିଆରୀ ପରିବାର 1664 ମସିହାରୁ ଏହି ତାଜିଆ ଶୋଭଯାତ୍ରା ବାହାର କରି ଆସୁଛନ୍ତି । 1657 ମସିହାରେ ପଡ଼ିଆରୀ ପରିବାରର ଜଣେ ସଦସ୍ୟ ମକ୍କା ଗସ୍ତ କରିଥିଲେ । ସେଠାରୁ ଫେରିବା ବେଳେ ସୟଦ ମସ୍ତାନ ଓ ସୟଦ ନାଜିର ନାମକ 2 ଜଣ ଇସଲାମ ସମ୍ପ୍ରଦାୟର ବାବା ତାଙ୍କ ସହ ସମ୍ବଲପୁର ଆସି ଘରେ ରହିଥିଲେ । ସେହି ଦିନଠାରୁ ସେତେବେଳର ରାଜାଙ୍କ ଅନୁମତି ନେଇ ସମ୍ବଲପୁରରେ 2ଟି ତାଜିଆ ଶୋଭଯାତ୍ରା ବାହାର କରିବାର ପରମ୍ପରା ଆରମ୍ଭ ହୋଇଥିଲା । ଗୋଟିଏ ତାଜିଆ ପଢ଼ିଆରୀ ପରିବାର ବାହାର କରନ୍ତି ଏବଂ ଅନ୍ୟଟି ବଡ଼ବଜାର ଅଞ୍ଚଳର ମୁସଲିମ ସମ୍ପ୍ରଦାୟରର ଲୋକେ ବାହାର କରନ୍ତି ।

ତେବେ ହିନ୍ଦୁ ହେବା ସତ୍ତ୍ବେ 10 ପିଢି ହେଲା ଏହି ପରମ୍ପରାକୁ ନିଷ୍ଠାର ସହ ବଜାୟ ରଖିଛନ୍ତି । ତାଜିଆ ଶୋଭଯାତ୍ରାର ସମସ୍ତ ଖର୍ଚ୍ଚ ପଢ଼ିଆରୀ ପରିବାର କରନ୍ତି । ସବୁଠାରୁ ବଡ଼ କଥା ହେଲା ତାଜିଆକୁ ଜଣେ ହିନ୍ଦୁ ପରିବାର ନିର୍ମାଣ କରିଥାନ୍ତି କେବଳ ପୂଜକ ମୁସଲମାନ ରୁହନ୍ତି । ସମ୍ବଲପୁର ସହର ଅନ୍ୟ ସମସ୍ତ ତାଜିଆର ରଙ୍ଗ ଭିନ୍ନ ଭିନ୍ନ ହୋଇଥିବା ବେଳେ ହିନ୍ଦୁ ତାଜିଆର ରଙ୍ଗ ଲାଲ ଓ ପତାକା ଧଳା ହୋଇଥାଏ । 364 ବର୍ଷ ହେଲା ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କୁହାଯାଏ । ଏହି ତାଜିଆ ଶୋଭଯାତ୍ରାରେ ହିନ୍ଦୁ ମୁସଲିମ ସମସ୍ତ ଆସ୍ଥା ରହିଛି । ତାଜିଆ ପାଖରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ମଧ୍ୟ ନଡ଼ିଆ ଚଢ଼େଇବାର ପରମ୍ପରା ରହିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.