ETV Bharat / city

ବୁର୍ଲା ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ ମାଡ ଘଟଣା: ଦୁର୍ଭାଗ୍ୟଜନକ କହିଲେ ମନ୍ତ୍ରୀ - burla medical incident

ବୁର୍ଲା ମେଡିକାଲ ପରିସରରେ ଥିବା ଫାଣ୍ଡି ସମ୍ମୁଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ମାଡମରା ଘଟଣା । ତଦନ୍ତ ଜାରି ଥିବା କହିଲେ ସମ୍ବଲପୁର ଏସପି । ସେପଟେ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Oct 22, 2019, 8:33 PM IST

ସମ୍ବଲପୁର: ବୁର୍ଲା ମେଡିକାଲ ପରିସରରେ ଥିବା ଫାଣ୍ଡି ସମ୍ମୁଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ମାଡମରା ଭିଡିଓ ଭାଇରାଲ ଘଟଣା । ଭିଡିଓ ଭାଇରାଲକୁ 24 ଘଣ୍ଟାରୁ ଅଧିକ ସମୟ ପରେ ବି ପୋଲିସ ହାତ ଖାଲି । ସେପଟେ ଘଟଣାର ତଦନ୍ତ ହେଉଥିବା ଏସପି କହୁଥିବାବେଳେ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ଘଟଣାକୁ ନେଇ ଆଜି(ମଙ୍ଗଳବାର) ଉତ୍ତରାଞ୍ଚଳ ଡିଆଇଜି ସମୀକ୍ଷା ବୈଠକ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଘଟଣାକୁ ନେଇ ସମ୍ବଲପୁର ଏସପି କହିଛନ୍ତି ଯେ, ‘ଘଟଣା ସମ୍ପର୍କିତ ସିସିଟିଭିର ଫୁଟେଜ ଓ କାଗଜପତ୍ର ଯାଞ୍ଚ ଚାଲିଛି । ଭାଇରାଲ ଭିଡିଓର ଯାଞ୍ଚ ହେବା ସହ ନିରପେକ୍ଷ ତଦନ୍ତ ଜାରି ରହିଛି ।’ ସେପଟେ ଡାକ୍ତରୀ ଛାତ୍ରଙ୍କ ମାଡର ଶିକାର ହୋଇ ଓଲଟା ଗିରଫ ହୋଇଥିବା ତାଲବ ଗାଁର ପୀଡିତ ଯୁବକ ସତ୍ୟନାରାୟଣ ପ୍ରଧାନ ଆଜି ସମ୍ବଲପୁର ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ତଦନ୍ତ କରୁଛି । ମେଡିକାଲକୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଯାଇଛନ୍ତି । ରିପୋର୍ଟ ଆସିଲା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା ଓ ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ମେଡିକାଲ ପରିସର ଭିତରେ ଥିବା ଫାଣ୍ଡି ସମ୍ମୁଖରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଡାକ୍ତରୀ ଛାତ୍ର ପୋଲିସ ହିପାଜତରେ ନିର୍ଯ୍ୟାତନା ଦେଇଥିବା ଭିଡିଓ ଭାଇରାଲ ହେବାର 24 ଘଣ୍ଟା ରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନାହାନ୍ତି।ଏନେଇ ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡି ଆଇ ଜି ସମୀକ୍ଷା ବୈଠକ କରିଥିବା ବେଳେ ,ସମ୍ବଲପୁର ଏସପି କହିଛନ୍ତି ଯେ ଏହି ଘଟଣାର ନେଇ ସମ୍ପର୍କିତ ସି ସି ଟିଭି ର ଫୁଟେଜ ଓ କାଗଜପତ୍ର ଯାଞ୍ଚ ଚାଲିଛି। ଏହା ସହ ଭାଇରାଲ ଭିଡିଓ ର ମଧ୍ୟ ଯାଞ୍ଚ ହେଉଛି ବୋଲି କୁହାଯାଇଛି।

Body:ସମ୍ବଲପୁର ବୁର୍ଲା ମେଡିକାଲ ର ପରିସରରେ କାଙ୍ଗାରୁ କୋର୍ଟ ଘଟଣାକୁ ଗୁରୁତର ସହ ନିଆଯାଇଥିବାର ସମ୍ବଲପୁର ଏସପି କହିଛନ୍ତି। ନିରପେକ୍ଷ ତଦନ୍ତ ଜାରି ରହିଥିବାର ସେ କହିଛନ୍ତି।ଘଟଣା ସମ୍ପର୍କୀତ ଭିଡିଓ ଓ କାଗଜ ପତ୍ର ଯାଞ୍ଚ ଚାଲିଛି।ବୁର୍ଲା ଏସ ଡି ପି ଓ ଏହି ଘଟଣା ର ତଦନ୍ତ ନେଇ ଆଜି ସମ୍ବଲପୁର ଏସପି ଓ ଡି ଆଇ ଜି ଙ୍କ ସହ ଆଲୋଚନା କରିଛନ୍ତି।ତେବେ କାଙ୍ଗାରୁ କୋର୍ଟ ଭିଡିଓ ରେ ସେ ନିଜେ ନଥିବାର କହି ନିଜର ଦୋଷମୁକ୍ତ ବୋଲି କହିଛନ୍ତି। ଏପଟେ ଆଜି ବୁର୍ଲା ମେଡିକାଲ ଇ ଗତ ଏପ୍ରିଲ 24 ରେ ଡ଼ାକ୍ତରୀ ଛାତ୍ର ଙ୍କ ମାଡର ଶିକାର ହୋଇ ଓଲଟା କେଶ ଖାଇ ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ତାଲବ ଗାଁର ପୀଡିତ ଯୁବକ ସତ୍ୟନାରାୟଣ ପ୍ରଧାନ ଆଜି ସମ୍ବଲପୁର ଏସପି ଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ବାଇଟ-1- ସତ୍ୟ ନାରାୟଣ ପ୍ରଧାନ। ଅଭିଯୋଗକାରୀ ପୂର୍ବରୁ ପୀଡିତ ଯୁବକ।
ବାଇଟ-2-ଶିଶୁ ରଞ୍ଜନ ମହାପାତ୍ର, ଏସ ଡି ପି ଓ,ବୁର୍ଲା/ହୀରାକୁଦ।

Conclusion:ତେବେ ପୂର୍ବରୁ ବୁର୍ଲା ମେଡିକାଲ ର ଛାତ୍ରଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଛି।ଆଉ ଆଜି ପର୍ଯ୍ୟନ୍ତ ଜଣେବି ଛାତ୍ର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ର ନିଜିର ନାହିଁ।ତେଣୁ ଏଥର ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ପରି ଲାଗୁନଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ବାଇଟ-3- କନବର ବିଶାଳ ସିଂ।ଏସ ପି ,ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.