ETV Bharat / city

GST ଠକେଇ; ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ଦୁଇ ଠକ - ଚାଟାର୍ଡ ଅକାଉଣ୍ଟାଣ୍ଟ

ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଝାରସୁଗୁଡାରେ ବଡ଼ ଧରଣର ଚଢ଼ାଉ । ବନ୍ଧା ହେଲେ ଦୁଇ ଠକ । ଅଧିକ ପଢନ୍ତୁ...

ଜିଏସଟି ଠକେଇ ଅଭିଯୋଗ; ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ଦୁଇ ଠକ

author img

By

Published : Sep 3, 2021, 9:48 AM IST

ଝାରସୁଗୁଡା/ସମ୍ବଲପୁର: ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଝାରସୁଗୁଡାରେ ବଡ଼ ଧରଣର ଚଢ଼ାଉ ହୋଇଛି । ସମ୍ବଲପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । 1819 କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ରାଜ୍ୟ ଜିଏସଟି ବିଭାଗ । ୩୨୩ କୋଟି ଟଙ୍କାର ITC ଠକେଇରେ ଗିରଫ ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସତିନ୍ଦ୍ର କୁମାର ଯାଦବ । ଝାରସୁଗୁଡ଼ା ଓ ଭୁବନେଶ୍ବରରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଜିଏସଟି ଠକେଇ ଅଭିଯୋଗ; ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ଦୁଇ ଠକ

ଏମାନେ ୧୩ଟି ନକଲି ଫାର୍ମ କରି ଠକୁଥିଲେ । ଏହି ଠକେଇ ଯୋଗୁଁ ସରକାରଙ୍କୁ ମୋଟ ୫୮ କୋଟି ୧୪ ଲକ୍ଷ ଟଙ୍କାର ଟ୍ୟାକ୍ସ କ୍ଷତି ସହିବାକୁ ପଡ଼ିଛି । ପଶ୍ଚିମବଙ୍ଗ ଝାଡଖଣ୍ଡ ଓ ଦିଲ୍ଲୀକୁ ଲମ୍ବିଛି ଠକେଇର ଚେର । ଖାଲି ପଡ଼ିଆକୁ ୧୦ଟି ଫାର୍ମର ଠିକଣା ଦର୍ଶାଯାଇଛି । ଏପର୍ଯ୍ୟନ୍ତ ମୋଟ ୨୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି GST ବିଭାଗ।

ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଜିଏସଟି ବିଭାଗ ପକ୍ଷରୁ ଝାରସୁଗୁଡା ଏସଡ଼ିଜେଏମଙ୍କ ନିକଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ ଓ ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.