ETV Bharat / city

GST ଫାଙ୍କୁଛନ୍ତି ଜୁଏଲରୀ ଦୋକାନ, ରାଜ୍ୟର ବିଭିନ୍ନ ସହରରେ ଖୋଳତାଡ

author img

By

Published : Oct 4, 2021, 5:21 PM IST

ସମ୍ବଲପୁର ସହରର ଏକ ଜୁଏଲାରୀ ଦୋକାନ ଉପରେ GST ଏନଫୋର୍ସମେଣ୍ଟର ଚଢାଉ ଜାରି । ଜିଏସଟି ଫାଙ୍କିବା ଅଭିଯୋଗରେ ଜାରି ରହିଛି ଖୋଳତାଡ। ଅଧିକ ପଢନ୍ତୁ...

ସମ୍ବଲପୁରରେ GST ଇନ୍ଫୋର୍ସମେଣ୍ଟର ଚଢାଉ
ସମ୍ବଲପୁରରେ GST ଇନ୍ଫୋର୍ସମେଣ୍ଟର ଚଢାଉ

ସମ୍ବଲପୁର: GST ଠକେଇ ଅଭିଯୋଗରେ ଜୁଏଲାରୀ ଦୋକାନ ଉପରେ ଚଢାଉ କଲା GST ଏନଫୋର୍ସମେଣ୍ଟ ୟୁନିଟ । ଗୋଲବଜାର ନିକଟସ୍ଥ ମାରୱାଡ଼ି ପଡାର ମୁନନ୍ଦ୍ରା ଅଳଙ୍କାର ଦୋକାନ ଉପରେ ସମ୍ବଲପୁର GST ଏନଫୋର୍ସମେଣ୍ଟର ଏକ ୟୁନିଟ ପକ୍ଷରୁ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିପାରି ନଥିବାବେଳେ ଦୋକାନର କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ।

ସମ୍ବଲପୁରରେ GST ଇନ୍ଫୋର୍ସମେଣ୍ଟର ଚଢାଉ

ଆଜିର GST ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି କମିଶନର ସୁବୋଧ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି । ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ଅନୁରୂପ ଭାବେ ଚଢାଉ ଚାଲିଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ପରେ ବିଭାଗ ପକ୍ଷରୁ ସବିଶେଷ ସୂଚନା ମିଳିବା ନେଇ କହିଛନ୍ତି ସମ୍ବଲପୁର ୟୁନିଟର ଡେପୁଟି କମିଶନର ସୁବୋଧ ପଣ୍ଡା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.