ETV Bharat / city

ନୂଆବର୍ଷରେ ମା' ସମଲେଇଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ନୂଆବର୍ଷରେ ମା' ସମଲେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ସକାଳ 5ଟାରୁ ବିଧିପୂର୍ବକ ପୂଜାର୍ଚ୍ଚନା ସରିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମଲେଶ୍ବରୀ ମନ୍ଦିର ଦ୍ବାର ଖୋଲିଥିଲା । ଅଧିକ ପଢନ୍ତୁ...

author img

By

Published : Jan 1, 2020, 4:21 PM IST

sambalpur
ନୂଆବର୍ଷରେ ମା' ସମଲେଇଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ସମ୍ବଲପୁର: ଆଜି ହେଉଛି ନୂଆବର୍ଷର ପ୍ରଥମ ଦିବସ । ବର୍ଷ 2019କୁ ବିଦାୟ ଦେଇ ସମସ୍ତେ ନୂଆବର୍ଷ 2020କୁ ସ୍ବାଗତ କରିଛନ୍ତି । ଆଉ ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମା' ସମଲେଶ୍ବରୀଙ୍କ ଆଶିଷ ନେଇ ନୂଆ ବର୍ଷର ଶୁଭାରମ୍ଭ କରିବା ସହ ବର୍ଷ ତମାମ ଯେପରି ପରିବାରର ସମସ୍ତେ ସୁଖ ଶାନ୍ତିରେ ରହିବେ ଏହି କାମନା ନେଇ ଆଜି ସମସ୍ତେ ସମଲେଶ୍ବରୀଙ୍କ ଆଗରେ ପ୍ରାର୍ଥନା କରିଛନ୍ତି ।

ନୂଆବର୍ଷ ଅବସରରେ ମା ସମଲେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଜି ସକାଳୁ ମାଆଙ୍କ ପୀଠରେ ଲମ୍ବା ଧାଡି ଦେଖିବାକୁ ମିଳିଛି । ସମସ୍ତେ ଶ୍ରଦ୍ଧା ଓ ହାତରେ ପୂଜା ସାମଗ୍ରୀ ଧରି ମାଆଙ୍କ ଟିକେ ଦର୍ଶନ ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

ସକାଳ 5ଟାରୁ ବିଧିପୂର୍ବକ ପୂଜାର୍ଚ୍ଚନା ସରିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମଲେଶ୍ବରୀ ମନ୍ଦିର ଦ୍ବାର ଖୋଲିଥିଲା । ଭକ୍ତଙ୍କ ପ୍ରବଳ ସମାଗମକୁ ଦେଖି ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । ସକାଳ 5 ଟାରୁ ରାତ୍ରି 11ଟା ପର୍ଯ୍ୟନ୍ତ ମାଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ ।

ସମଲେଶ୍ବରୀ ପୀଠରେ ପାଖାପାଖି 1 ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି । ଏଥିପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ଆଜି ହେଉଛି ନୁଆଁ ବର୍ଷର ପ୍ରଥମ ଦିବ। ବର୍ଷ 2019 କୁ ବିଦାୟ ଦେଇ ସମସ୍ତେ ନୁଆଁବର୍ଷ 2020 କୁ ସ୍ୱାଗତ କରିଛନ୍ତି।ଆଉ ଏହି ଅବସରରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ପୀଠରେ ଶ୍ରଦ୍ଧଳୁ ଙ୍କ ଭିଡ଼ ଜମିଥିଲା ।କାହିଁକି ନା ସମସ୍ତେ ମା ସମଲେଶ୍ୱରୀ ଙ୍କ ଆଶିଷ ନେଇ ନୁଆଁ ବର୍ଷର ଶୁଭାରମ୍ଭ କରିବା ସହ ବର୍ଷ ତମାମ ଯେପରି ପରିବାର ର ସମସ୍ତେ ସୁଖ ଶାନ୍ତିରେ ରହିବେ ଏହି କାମନା ନେଇ ଆଜି ସମସ୍ତେ ସମଲେଶ୍ବରୀ ଙ୍କ ଆଗରେ ପ୍ରାର୍ଥନା କରିଛନ୍ତି।

Body:ନୁଆଁ ବର୍ଷ ଅବସରରେ ରେ ମା ସମଲେଶ୍ୱରୀ ଙ୍କ ପୀଠରେ ଶ୍ରଦ୍ଧଳୁ ଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।ଆଜି ସକାଳୁ ମା ଙ୍କ ପୀଠରେ ଲମ୍ବା ଧାଡି ଦେଖିବାକୁ ମିଳିଛି।ସମସ୍ତେ ମନରେ ଶ୍ରଦ୍ଧା ଓ ହାତରେ ପୂଜା ସାମଗ୍ରୀ ଧରି ମା ଙ୍କ ଟିକେ ଦର୍ଶନ ର ଅଭିଳାସା ନେଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।ଆଜି ସକାଳ 5 ଟାରୁ ବିଧିପୂର୍ବକ ପୂଜା ଅର୍ଚ୍ଚନା ସରିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମଲେଶ୍ୱରୀ ମନ୍ଦିର ଦ୍ୱାର ଖୋଲିଥିଲା। ପ୍ରବଳ ସମାଗମ କୁ ଦେଖି ଧାଡି ଦର୍ଶନ ର ବ୍ୟବସ୍ଥା କରାଯାଇଛି।ଆଜି ସକାଳ 5 ଟାରୁ ରାତ୍ରି 11 ଟା ପର୍ଯ୍ୟନ୍ତ ମାଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ଆଜି ସମଲେଶ୍ୱରୀ ପୀଠରେ ପାଖା ପାଖି1 ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି।ଏଥିପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯାଇଛି।

Conclusion:ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବାଇଟ-1-ସଞ୍ଜୟ ବାବୁ,ସଭାପତି, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ।ଧଳା ସାର୍ଟ।

ବାଇଟ-2-ଅମ୍ବିକା ରାୟ,ମୁଖ୍ୟ ପୂଜକ,ସମଲେଶ୍ୱରୀ ମନ୍ଦିର।ଗେରୁଆ ବସ୍ତ୍ର ପିନ୍ଧିଛନ୍ତି।

ବାଇଟ-3-ସୁମନ କୁମାରୀ,ଶ୍ରଦ୍ଧାଳୁ।ନାଲି ରଙ୍ଗର ଡ୍ରେସ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.