ETV Bharat / city

କ୍ରୀଡା ଶିକ୍ଷକଙ୍କ ନାଁରେ ଏତଲା; ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ - କ୍ରୀଡା ଶିକ୍ଷକ

ହରଡଘଣାରେ ପଡିଲେ ନକଲି କ୍ରୀଡା ଶିକ୍ଷକ । ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା । ଏନେଇ ସମ୍ବଲପୁର ଯୁଜୁମୁରା ଥାନାରେ ନକଲି କ୍ରୀଡା ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତି ବିଇଓ । ଅଧିକ ପଢନ୍ତୁ...

କ୍ରୀଡା ଶିକ୍ଷକଙ୍କ ନାଁରେ ଥାନାରେ ଏତଲା;ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଭିଯୋଗ

author img

By

Published : Aug 27, 2021, 11:35 AM IST

ସମ୍ବଲପୁର: ହରଡଘଣାରେ ପଡିଲେ ନକଲି କ୍ରୀଡା ଶିକ୍ଷକ । ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା । ଏନେଇ ସମ୍ବଲପୁର ଯୁଜୁମୁରା ଥାନାରେ ନକଲି କ୍ରୀଡା ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତି ବିଇଓ । ଯୁଜୁମୁରା ହାଇସ୍କୁଲରେ ଜାଲ ସାର୍ଟିଫିକେଟ ଦେଇ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ମନୋରଞ୍ଜନ ଦେହୁରୀଙ୍କ ବିରୁଦ୍ଧରେ ଯୁଜୁମୁରା ବ୍ଲକ ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଛନ୍ତି ।

କ୍ରୀଡା ଶିକ୍ଷକଙ୍କ ନାଁରେ ଥାନାରେ ଏତଲା;ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଭିଯୋଗ

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ଯୁଜୁମୁରା ହାଇସ୍କୁଲର ମନୋରଞ୍ଜନ ଦେହୁରୀ ନାମକ ଜଣେ କ୍ରୀଡା ଶିକ୍ଷକ ଚାକିରି କରିବା ସମୟରେ ଯୁକ୍ତ ଦୁଇର ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ତଦନ୍ତ କରାଯିବା ପରେ ଶିକ୍ଷକ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ସ୍ପଷ୍ଟ ହୋଇଥିଲା। ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

କ୍ରୀଡା ଶିକ୍ଷକ ଜଣକ ନିଜେ ଚାକିରୀରୁ ଇସ୍ତଫା ଦେଇ ଥିବା ଜଣାପଡିଛି । ସେପଟେ,ନକଲି ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ନେଇ ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଜୁଜୁମୁରା ବ୍ଳକ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିରା । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.