ETV Bharat / city

ଚାଷୀ ପାଇଁ ଚକବନ୍ଦୀ ବିପଦ ! - settlement

ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ସମ୍ବଲପୁରରେ ଚାଷୀ ଅସନ୍ତୋଷ। ସମ୍ବଲପୁର ମହାନଗର ଆଖପାଖର ମାନେଶ୍ବର ବ୍ଲକ ଅଧୀନରେ ଥିବା 22 ଖଣ୍ଡ ଗାଁରେ ଦେଖାଯାଇଛି ଚାଷୀ ଅସନ୍ତୋଷ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 16, 2019, 2:58 PM IST

ସମ୍ବଲପୁର: ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ସମ୍ବଲପୁରରେ ଚାଷୀ ଅସନ୍ତୋଷ। ସମ୍ବଲପୁର ମହାନଗର ଆଖପାଖର ମାନେଶ୍ବର ବ୍ଲକ ଅଧୀନରେ ଥିବା 22 ଖଣ୍ଡ ଗାଁରେ ଦେଖାଯାଇଛି ଚାଷୀ ଅସନ୍ତୋଷ। ତେବେ ସ୍ବଳ୍ପ ବୃଷ୍ଟି, ମରୁଡି, ଅଭାବୀ ଧାନ ବିକ୍ରୀ କିମ୍ବା ସାର ବିକ୍ରି ପାଇଁ ନୁହେଁ ବରଂ ସରକାର ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

1980ରୁ ଏହି ଆଇନ ବା ବ୍ୟବସ୍ଥା ଆସିଥିଲେ ମଧ୍ୟ ଚାଷୀଙ୍କୁ ଏହାର ଗାଇଡ଼ ଲାଇନ ଅନୁସାରେ ସୁବିଧା ମିଳୁ ନଥିବାରୁ ଏହି ବନ୍ଦୋବସ୍ତକୁ ବିରୋଧ କରିବା ସହ ନୂତନ ବ୍ୟବସ୍ଥା ପ୍ରଚଳନ କରିବାକୁ ଚାଷୀ ଦାବି କରିଛନ୍ତି । ଏହାସହ ସୋମବାର ଏହି 22 ଖଣ୍ଡ ଗାଁର ଚାଷୀ ମାନେଶ୍ୱର ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ ।

ଏହି ବନ୍ଦୋବସ୍ତ ଅନୁସାରେ ପ୍ରତ୍ୟେକ ଜମିକୁ ରାସ୍ତାର ସୁବିଧା, କେନାଲ ବା କରନାଳର ସୁବିଧା ରହିବା ଦରକାର। ତେବେ ଏହି ସୁବିଧା 40 ବର୍ଷ ହେଲା ଦିଆଯାଉନଥିବାରୁ ମେଜର ବନ୍ଦୋବସ୍ତ ଅନୁସାରେ ଲୋକେ ଘର ବାଡ଼ି କରି ଚାଷ କରି ଆସୁଥିବା ବେଳେ ଗତ 19.2.2016 ମସିହାରେ ଜିଲ୍ଲା ପ୍ରଶାସନ ହଠାତ ଚକବନ୍ଦୀ ବ୍ୟବସ୍ଥା ଅନୁଯାୟୀ କର ଖଜଣା ଆଦାୟ କରିବାର ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଚକବନ୍ଦୀ ବ୍ୟବସ୍ଥାର କୌଣସି ସୁବିଧା ମଧ୍ୟ ଦେଲେ ନାହିଁ । ଫଳରେ ଚାଷୀ ଏହାକୁ ବିରୋଧ କରିଆସୁଛନ୍ତି। ଅନ୍ୟ ପଟେ ସରକାର 3 ବର୍ଷ ହେଲା ଜୋର ଜବରଦସ୍ତ ଚକବନ୍ଦୀ ବ୍ୟବସ୍ଥା ଅନୁଯାୟୀ କର ଆଦାୟ କରୁଥିବାର ଅଭିଯୋଗ କରିଛନ୍ତି ଚାଷୀ। ତେବେ ଏହି 22 ଟି ଗାଁ 1972 ମସିହାରେ ଟାଉନ ପ୍ଲାନିଂ ବ୍ୟବସ୍ଥାରେ ଆସୁଥିବା ବେଳେ ଆଇନ ଅନୁସାରେ ଏଠାରେ ଚକବନ୍ଦୀ ବ୍ୟବସ୍ଥା ହେବା କଥା ନୁହେଁ । ମାତ୍ର କେଉଁ ଆଧାରରେ ଏଠାରେ ଚକବନ୍ଦୀ ବ୍ୟବସ୍ଥା କରାଗଲା ବୋଲି ଚାଷୀ ପ୍ରଶ୍ନ କରିବା ସହ ମାନେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ରରେ ଚକବନ୍ଦୀ ବ୍ୟବସ୍ଥା ବନ୍ଦ କରି ମେଜର ଅଥବା ମେଜର ବନ୍ଦୋବସ୍ତ ଅନୁସାରେ ଏକ ନୂତନ ବନ୍ଦୋବସ୍ତ ପ୍ରଚଳନ କରାଯାଉ ବୋଲି ଦାବି ହୋଇଛି। ଅନ୍ୟପଟେ ତହସିଲଦାର ଏନେଇ ହେଉଥିବା ଅସୁବିଧାକୁ ସ୍ୱୀକାର କରୁଥିବା ବେଳେ ନିଜର ଅସହାୟତା ପ୍ରକଟ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

Intro:ସ୍ଲଗ-ପାଞ୍ଚ ବର୍ଷରେ ଧାରଣା, ଶୁଣିବାକୁ କେହିନାହିଁBody:
ଆଙ୍କର- ଏକଦା କେନ୍ଦୁଝର ସ୍ପଞ୍ଜ ଆଇରନ କାରଖାନା ଏସିଆ ମହାଦେଶ ର ପ୍ରଥମ ସ୍ପଞ୍ଜ କାରଖାନା ଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକ ଏହି ସ୍ପଞ୍ଜ କାରଖାନା କୁ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରତିଷ୍ଠା କରାଇଥିଲେ । ଏହି କାରଖାନା ଜିଲ୍ଲା ଶିଳ୍ପାୟନର ପ୍ରାଣ କେନ୍ଦ୍ର ଥିଲା । ଏହି ପ୍ଲାଣ୍ଟ ଉପରେ ପ୍ରତକ୍ଷ ଓ ପରୋକ୍ଷ ଭାବେ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରି ଆସୁଥିଲେ । କିନ୍ତୁ ହଟାତ ୨୦୧୪ ମସିହାରେ ଏହି କାରଖାନା ଟି ବନ୍ଦ ବୋଲି ଘୋଷଣା କରାଯାଇଥିଲା । କିଛି ଶ୍ରମିକ ଅନ୍ୟ କମ୍ପାନୀକୁ ପଳାଇଥିଲେ ମଧ୍ୟ ବହୁ ଶ୍ରମିକ କାମ ବନ୍ଦ ହେବାରୁ ବେରୋଜଗାର ହେଇଗଲେ । କମ୍ପାନୀ କତ୍ତୃପକ୍ଷ ଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପାଇଁ ଦାବି କରି ଶ୍ରମିକ ମାନେ ନିରାଶ ହେଲେ ।ଶ୍ରମ ଅଧିକାରୀ ଙ୍କ ଠାରୁ ଜିଲ୍ଲାପାଳ ଆଦି ଅଧିକାରୀଙ୍କୁ ମଧ୍ୟ ଜଣାଇ ନିରାଶ ହେଲେ ସ୍ପଞ୍ଜ କାରଖାନାର ଶ୍ରମିକ ମାନେ । ଫହଳରେ ବାଧ୍ୟ ହୋଇ ୩୦.୦୪.୨୦୧୫ରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରିଥିଲେ ଧାରଣା । ଏହି ଧାରଣା ସମୟରେ ୪୦ ରୁ ଉର୍ଦ୍ଧ୍ବ ଶ୍ରମିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଧାରଣା ର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଶ୍ରମିକଙ୍କ ଦୁଃଖ ବୁଝିବାକୁ କାହାରିକୁ ଯେପରି ସମୟ ନାହିଁ। । ଏହି ଧାରଣାରତ ଶ୍ରମକଙ୍କ ପାଇଁ ବିଧାନସଭା ରେ ସଦର ବିଧାୟକ ପ୍ରଶ୍ନ କରିଛନ୍ତି । ଜିଲା ନାଗରିକ ମଞ୍ଚ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ କେନ୍ଦ୍ର ସରକାରଙ୍କୁ ଏହାର ଶୀଘ୍ର ସମାଧାନ ପାଇଁ ନିବେଦନ କରିଛି ।

ବାଇଟ-୧-ଦିବ୍ୟସିଂହ ପଣ୍ଡା ( ଉପସଭାପତି,ସ୍ପଞ୍ଜ ଶ୍ରମିକ ସଂଗଠନ)

ବାଇଟ-୨-ଗିରିଶ ଚନ୍ଦ୍ର ଖଟୁଆ (ଆନ୍ଦୋଳରତ ଶ୍ରମିକ)

ବାଇଟ-୩-ଧୀରେନ୍ଦ୍ର ରାଉତ( ସଭାପତି,ପ୍ରଗତିଶୀଳ ନାଗରିକ ମଞ୍ଚ)

ବାଇଟ-୪-ମୋହନ ଚରଣ ମାଝୀ(ସଦର ବିଧାୟକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.