ETV Bharat / city

କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଫାର୍ମ ହାଉସ ମାଲିକ ଗିରଫ - Sambalpur Police

ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ନିଜ ଫାର୍ମ ହାଇସରେ କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ନେଇ ଅଭିଯୋଗ, ଫାର୍ମ ହାଉସ ମାଲିକ ଗିରଫ

author img

By

Published : Jul 25, 2021, 7:45 AM IST

ସମ୍ବଲପୁର: ନିଜ ଫାର୍ମ ହାଉସରେ କାର୍ଯ୍ୟ କରୁଥିବା ଦଳିତ ମହିଳା ଓ ତାଙ୍କ 2 ନାବାଳିକା ଝିଅଙ୍କୁ ଫାର୍ମ ହାଉସ ମାଲିକ ଯୌନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ଲବଡେରା ଠାରେ ଥିବା ଏକ ଫାର୍ମ ହାଉସରେ ଏମିତି ଘଟଣା ଘଟିଥିବା ନେଇ ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ନେଇ ଅଭିଯୋଗ, ଫାର୍ମ ହାଉସ ମାଲିକ ଗିରଫ
ଖାଲି ଏତିକି ନୁହେଁ ନିର୍ଯ୍ୟାତନା ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କରିବା ପରେ ଥାନାରେ ଥିବା ମହିଳା ଥାନାଧିକାରୀ ପୀଡିତ ପରିବାରକୁ ଡାକି କେସକୁ କମ୍ପ୍ରମାଇଜ କରିବାକୁ ଚାପ ପକାଉଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୁକ୍ତ ପୀଡିତଙ୍କ ଘରକୁ ଆସି ଧମକ ଚମକ ଦେବା ସହ ପୀଡ଼ିତା ମହିଳାଙ୍କ ଶାଶୁଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାରକୁ ଅଭିଯୁକ୍ତଙ୍କ ପକ୍ଷରୁ ହତ୍ୟା ଧମକ ଦିଆଯାଉଥିଲା ଓ ବୟାନ ନଦେବାକୁ ଚାପ ପ୍ରୟୋଗ କରାଯାଉଥିଲା ବୋଲି କହିଛନ୍ତି ପୀଡିତା ମହିଳା ଜଣକ । ଧମା ଥାନା ଅଧିକାରୀ ଅଭିଯୁକ୍ତ ଗିରଫ କରୁନଥିବା ନେଇ ପୀଡିତ ପରିବାର ଲୋକେ ସମ୍ବଲପୁର ଏସପିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।ଘଟଣାର ଗୁରୁତ୍ୱକୁ ଦେଖି ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧର ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ଆଜି ଅଭିଯୁକ୍ତ ଫାର୍ମ ହାଉସ ମାଲିକ ପ୍ରାଣବନ୍ଧୁ ଶତପଥୀଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି । ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.