ETV Bharat / city

ସମଲେଇ ଯୋଜନାରେ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Sep 1, 2021, 10:03 PM IST

ମା' ସମଲେଶ୍ୱରୀଙ୍କ ପୀଠର ହେବ ଉନ୍ନତିକରଣ । ତେବେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସ୍ଥାନୀୟ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ସମଲେଇ ଯୋଜନାରେ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ
ସମଲେଇ ଯୋଜନାରେ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନାର ଆରମ୍ଭ କରିଛନ୍ତି । ଆଉ ଏହା ଦ୍ୱାରା ସମଗ୍ର ପଶ୍ଚିମ ଓଡ଼ିଶାରେ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶର ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନା ପାଇଁ ବର୍ତ୍ତମାନ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ଏହି ଯୋଜନାରେ ବିସ୍ଥାପିତ ହେବାକୁ ଥିବା ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ଆଜି(ବୁଧବାର) ବଳିବନ୍ଧା ଠାରେ ରାସ୍ତା ଅବରୋଧ କରିବା ସହ ଜିଲ୍ଲା ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି ।

ତେବେ ଗୋଟିଏ ଥରରେ ସମସ୍ତଙ୍କୁ ନୋଟିସ ନ କରାଯାଇ ଗରିବ ଅସହାୟଙ୍କୁ ଜଣ ଜଣ କରି ଜିଲ୍ଲା ପ୍ରଶାସନ କାହିଁକି ନୋଟିସ ଦେଉଛି ବୋଲି ଅଭିଯୋଗ ହୋଇଛି । ତେବେ ସମଲେଇ ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ଏକ ଜନ ଶୁଣାଣି କରି ସମଗ୍ର ଯୋଜନା ବିଷୟରେ ଲୋକମାନଙ୍କୁ ପ୍ରଥମେ ଅବଗତ କରିବା ପରେ ଉଚ୍ଛେଦ ହେଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସେପଟେ ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚିତ୍ର ନ ଆସିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.