ETV Bharat / city

ବକେୟା ଟଙ୍କା ଦାବିରେ ଡେପୁଟି କମିଶନରଙ୍କୁ ଘେରିଲେ ସଫେଇ କର୍ମଚାରୀ

author img

By

Published : Aug 5, 2021, 8:46 AM IST

ସମ୍ବଲପୁର ମହାନଗର ନିଗମ ଅଫିସ ଘେରିଲେ ସଫେଇ କର୍ମଚାରୀ । ବକେୟା ଏରିଅର ଟଙ୍କା ଦାବି କରି ଡେପୁଟି କମିଶନରଙ୍କୁ ଘେରିଲେ । ଅଧିକ ପଢନ୍ତୁ...

ବକେୟା ଏରିଅର ଟଙ୍କା ଦାବି ନେଇ ଡେପୁଟି କମିଶନରଙ୍କୁ ଘେରିଲେ ସଫେଇ କର୍ମଚାରୀ

ସମ୍ବଲପୁର: ବକେୟା ଟଙ୍କା ଦାବି ନେଇ ସମ୍ବଲପୁର ମହାନଗର ନିଗମ ଅଫିସ ଘେରିଲେ ସଫେଇ କର୍ମଚାରୀ । 2 ବର୍ଷର ଏରିଅର ବାକି ଥିଲେ ମଧ୍ୟ ମହାନଗର ନିଗମ ସଫେଇ କର୍ମଚାରୀ ମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ପାଉଣା ମିଳି ନଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ମହାନଗର ନିଗମର ସଫେଇ କର୍ମଚାରୀମାନେ ମହାନଗର ନିଗମର ମୁଖ୍ୟ ଗେଟରେ ତାଲା ପକେଇ ଆନ୍ଦୋଳନ କରିଛନ୍ତି।

କେବଳ ସେତିକି ନୁହେଁ 2 ବର୍ଷର ବକେୟା ଏରିଅର ଟଙ୍କା ସହ ଅନ୍ୟାନ୍ୟ ବକେୟା ଟଙ୍କା କର୍ମଚାରୀଙ୍କୁ ମିଳିନି । ଏପରିକି ବାରମ୍ବାର ଦାବି କରିବା ସତ୍ତ୍ବେ ସଫେଇ ପାଇଁ ଆବଶ୍ୟକ ପଡୁଥିବା ସାମଗ୍ରୀ ମଧ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକଙ୍କ ଦୁଇ ଥରର ଏରିଅର ଟଙ୍କା ବାକି ରହିଛି । ତେବେ ଏହି ଟଙ୍କା ଯଥାଶୀଘ୍ର ଦିଆଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.