ETV Bharat / city

କାର୍ଯ୍ୟରେ ଅବହେଳା: ଅଇଁଠାପାଲି ଏସଆଇ ନିଲମ୍ବିତ - sp suspends ainthapali si

ସମ୍ବଲପୁର ଅଇଁଠାପାଲି ଏସଆଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ସିଂ । ଅଧିକ ପଢନ୍ତୁ...

ainthapali si jugal kishore suspend
କାର୍ଯ୍ୟରେ ଅବହେଳା କରି ଅଇଁଠାପାଲି ଏସଆଇ ନିଲମ୍ବିତ
author img

By

Published : Feb 8, 2020, 10:05 AM IST

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୋଲିସ ଏସଆଇ । ସମ୍ବଲପୁର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସା’ଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ । ଏକ ହତ୍ୟା ମାମଲାର ଚାର୍ଜ ସିଟ ନିର୍ଦ୍ଧାରିତ ସମୟରେ କୋର୍ଟରେ ଦାଖଲ ନ କରିବାରୁ ଅଭିଯୁକ୍ତକୁ ଜାମିନ ମିଳିଯାଇଛି । ଯାହାକୁ ନେଇ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।

ସମ୍ବଲପୁର ବୁଢାରଜାର ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରୀ ଭୁସି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଭାର ଏସଆଇ ଯୁଗଳଙ୍କୁ ଦିଆଯାଇଥିଲା । 120 ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା ବଦଳରେ ସେ 121 ଦିନରେ ଚାର୍ଜସିଟ ଦାଖଲ କରିଥିଲେ । ଫଳରେ ଅପରାଧୀକୁ କୋର୍ଟରୁ ଜାମିନ ପାଇବାରେ ସକ୍ଷମ ହୋଇଛି । ଆଉ ଏଥିରେ ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ 5ଟିକୁ ଦେଖି ଏମିତି ପଦକ୍ଷେପ ନିଆଯାଇଥିବାର ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:କାର୍ଯ୍ୟ ରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ପୋଲିସ ଏସ ଆଇ। ସମ୍ବଲପୁର ଅଇଁଠାପାଲି ଥାନାର ଏସ ଆସି ଯୁଗଲ କିଶୋର ସା ଙ୍କୁ ସମ୍ବଲପୁର ଏସପି କନବର ବିଶାଳ ସିଂ ନିଲମ୍ବିତ କରିଛନ୍ତି। ତାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଏକ ମାମଲାର ଚାର୍ଜ ସିଟ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ସେ ଦାଖଲ ନକରିବାରୁ ଅଭିଯୁକ୍ତ କୁ ବେଲ ମିଳିଥିବାରୁ ସମ୍ବଲପୁର ଏସପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଜଣା ପଡ଼ିଛି।Body:ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଜଣେ ଅପରାଧିକୁ ଜାମିନ ମିଲିଯିବା ହେତୁ ସମ୍ବଲପୁର ଏସପି ଅଇଁଠାପାଲି ଥାନାର ଜଣେ ଏସଆଇ ଯୁଗଳ କିଶୋର ସା ଙ୍କୁ ନିଲମ୍ବିତ କରିଛନ୍ତି। ସମ୍ବଲପୁର ବୁଢ଼ାରଜରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଜଣେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରି ଭୁସି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ଭାର ଏସଆଇ ଯୁଗଲଙ୍କୁ ଦିଆଯାଇଥିଲା। ଯୁଗଳ ଏହି ମାମଲାର ତଦନ୍ତ 120 ଦିନ ମଧ୍ୟରେ କରି ଚାର୍ଜସିଟ ଦେବା କଥା, ହେଲେ ଯୁଗଳ ତାହା କରି ପାରିନଥିଲେ। ଯୁଗଳ ଏହି ମାମଲାର ଚାର୍ଜସିଟ 121 ଦିନ ମଧ୍ୟରେ ଦେଇଥିଲେ।ଯାହାଫଳରେ ଅପରାଧି କୋର୍ଟରୁ ବେଲ ପାଇବାରେ ସକ୍ଷମ ହୋଇଥିଲେ। ଯାହାକୁ ନେଇ ସମ୍ବଲପୁର ଏସ୍ପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଈ ଯୁଗଲଙ୍କୁ ନିଲମ୍ବିତ କରିଛନ୍ତି।Conclusion:ରାଜ୍ୟ ସରକାରଙ୍କ ମୋ ସରକାର ଓ 5T କୁ ଦେଖି ଏମିତି ପଦକ୍ଷେପ ନିଆଯାଇଥିବାର ଚର୍ଚ୍ଚା ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.