ETV Bharat / city

ରେଡ଼ ଜୋନରେ ସମ୍ବଲପୁର: ୧୦ ଦିନରେ ୫୦ ଗୁଣ ବଢ଼ିଲା କୋରୋନା ସଂକ୍ରମଣ, ଏନଫୋର୍ସମେଣ୍ଟ କଡାକଡ଼ି

author img

By

Published : Jan 13, 2022, 5:03 PM IST

ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ସମ୍ବଲପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ସଂକ୍ରମଣ 500 ପାର କରୁଛି । ଫଳରେ 10 ଦିନ ଭିତରେ କୋଭିଡ ସଂକ୍ରମଣ 50 ଗୁଣା ବଢିଛି । ଅଧିକ ପଢନ୍ତୁ

ରେଡ଼ ଜୋନ ରେ ସମ୍ବଲପୁର, ୧୫ ଦି ରେ ୫୦ ଗୁଣ ବଢ଼ିଲା କୋରୋନା ସଂକ୍ରମଣ

ସମ୍ବଲପୁର: ରାଜ୍ୟରେ ଦୈନିକ ସଂକ୍ରମଣ ଲୋକଙ୍କ ଚିନ୍ତା ବଢାଇଲାଣି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦ ହଜାର ପାର କରିଛି । ଏହାରି ମଧ୍ୟରେ ସମ୍ବଲପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫୦୦ ପାର କରୁଛି, ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ ୧୦ ଦିନ ଭିତରେ କୋଭିଡ ସଂକ୍ରମଣ 50 ଗୁଣ ବଢିଛି ଆଉ ଆଗକୁ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ବିଗତ 15 ଦିନ ଭିତରେ ଜିଲ୍ଲାର କରୋନା ଗ୍ରାଫ ଉପରମୁହାଁ ହୋଇଛି । ଜାନୁଆରୀ 1ରେ 13, 2ରେ 15, 3ରେ 22, 4ରେ 42, 5ରେ 99, 6ରେ 125, 7ରେ 179, 8ରେ 372, 9ରେ 437, 10ରେ 644, 11ରେ 609 ଓ 12ରେ 596 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରେଡ଼ ଜୋନ ରେ ସମ୍ବଲପୁର, ୧୫ ଦିନରେ ୫୦ ଗୁଣ ବଢ଼ିଲା କୋରୋନା ସଂକ୍ରମଣ

ଏହିଭଳି ଦ୍ରୁତ କୋଭିଡ ସଂକ୍ରମଣ ପାଇଁ ସଚେତନ ନାଗରିକ ଜିଲ୍ଲା ପ୍ରଶାସନର ଅବହେଳା ଓ ବେଳ ଥାଉ ଥାଉ ପଦକ୍ଷେପ ନନେବାରୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । କାରଣ ସମ୍ବଲପୁର ସହରରେ କିଛିଦିନ ତଳେ 2ଟି ବହୁତ ବଡ଼ ରାଲି ହୋଇଥିଲା ଯେଉଁଥିରେ ହଜାର ହଜାର ଲୋକ ବିନା ମାସ୍କରେ ଏକାଠି ହୋଇଥିଲା । ଏହା ସହ ଆହୁରି ଅନେକ କାରଣ ରହିଛି ବୋଲି ଡାକ୍ତର କହିଛନ୍ତି।

ଯେପରିକି ସମ୍ବଲପୁର ମହାନଗରରେ ଭୀମସାର ମେଡ଼ିକାଲ ଓ ଏହା ନିକଟରେ ଥିବା କୋଭିଡ ହସ୍ପିଟାଲ, ଭିସୁଟ ଇଞ୍ଜିନିୟରିଂ ୟୁନିଭରସିଟି ପରି ଅନେକ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ରହୁଥିବାରୁ ସଂକ୍ରମଣ ଵୃଦ୍ଧିର ଅନ୍ୟ ଏକ କାରଣ ହୋଇଥାଇ ପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହାସହ ସମ୍ବଲପୁର ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା, ରେଳ ଜଙ୍କସନ ରହିବା ତଥା ପଡୋଶୀ ରାଜ୍ୟର ଲୋକଙ୍କ ଯାତାୟାତ ଲାଗି ରହିଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ କୋଭିଡ ସଂକ୍ରମଣ ଉପରେ ଅଙ୍କୁଶ ଲଗେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି । ବୁର୍ଲାରେ ଥିବା କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟରେ ପୁଣି କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହା ସହିତ କାଇଁସିରର କୋଭିଡ କେୟାର ସେଣ୍ଟରକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏତଦବ୍ୟତୀତ ଆଗକୁ ଘରକୁ ଘର ବୁଲି ଅଙ୍ଗନବାଡି କର୍ମୀ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ଜିଲ୍ଲାର ପ୍ରତ୍ୟେକ UPHCରେ ବି କୋଭିଡ ପରୀକ୍ଷଣର ବ୍ୟବସ୍ଥା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.