ETV Bharat / city

ସିପିଆଇ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁରରେ ସିପିଆଇ ଓ ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ସଙ୍ଘ ପକ୍ଷରୁ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ କମ୍ପାନୀ ପକ୍ଷରୁ ଠିକା ଶ୍ରମିକଙ୍କୁ ଛଟେଇ କରାଯିବା ଓ ଗ୍ରାହକଙ୍କ ଠାରୁ ବକେୟା ବିଲ ଆଦାୟରେ ଜୁଲମ କରାଯିବାର ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ସିପିଆଇ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘର ବିକ୍ଷୋଭ ପ୍ରଦର୍ଶନ
ସିପିଆଇ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘର ବିକ୍ଷୋଭ ପ୍ରଦର୍ଶନ
author img

By

Published : May 18, 2022, 9:39 PM IST

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସିପିଆଇ ଓ ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ୧୮ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିପିଆଇ ନେତା ନଟୁ ଗୋପାଳଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

ସିପିଆଇ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘର ବିକ୍ଷୋଭ ପ୍ରଦର୍ଶନ

ମୁଖ୍ୟତଃ TPWODL ଦ୍ୱାରା ବକେୟା ବିଦ୍ୟୁତ ବିଲ ଆଦାୟ ସମୟରେ ହେଉଥିବା ଜୁଲମ, TPWODL ସଂସ୍ଥା ଦ୍ୱାରା ଠିକା ଶ୍ରମିକଙ୍କ ଛଟେଇ, ଠିକା କାର୍ଯ୍ୟରେ ବାହାରିଆ ଠିକାଦାରଙ୍କୁ ପ୍ରାଥମିକତା ଦେବା ଆଦି ପ୍ରମୁଖ ଦାବି ସହ ୧୮ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସବୁ ଦାବି ଉପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.