ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଠିକାଦାରଙ୍କ ସ୍କୁଟି ପୋଡିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷିପଡାର ଆର୍.ଡି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଠିକାଦାରଙ୍କ ସ୍କୁଟିକୁ ଦୁର୍ବୃତ୍ତ ମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ 2 ଜଣଙ୍କୁ ଅଟକ ରଖିଛି ପୋଲିସ ।
ସୂଚନାନୁସାରେ, ରବିବାର ଦିନ ଆର୍.ଡି କାର୍ଯ୍ୟାଳୟ ସମ୍ମୁଖରେ କିଛି ଅସାମାଜିକ ଯୁବକଙ୍କ ଠିକାଦାର କିଶୋର ଷଡ଼ଙ୍ଗୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରେ ସେହି ଅସାମାଜିକ ଯୁବକ ମାନେ ଠିକାଦାରଙ୍କ ସ୍କୁଟି (OD15 D 9000 ) ପୋଡିଦେଇ ଥିବା ସେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ଠିକାଦାର କିଶୋର ଷଡ଼ଙ୍ଗୀ ଧନୁପାଲି ଥାନାରେ ଏକ ମାମଲା ଦାଏର କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ନ୍ୟୁଜ