ETV Bharat / city

ଚାଷୀ ସମସ୍ୟା, RDC ଅଫିସ ଘେରାଉ କଲା କଂଗ୍ରେସ

ଚାଷୀଙ୍କ ସମସ୍ୟାକୁ ନେଇ ସମ୍ବଲପୁରରେ RDC ଅଫିସ ଘେରାଉ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ଚାଷୀ ସମସ୍ୟା, RDC ଅଫିସ ଘେରାଉ କଲା କଂଗ୍ରେସ
ଚାଷୀ ସମସ୍ୟା, RDC ଅଫିସ ଘେରାଉ କଲା କଂଗ୍ରେସ
author img

By

Published : Jul 26, 2021, 6:13 PM IST

ସମ୍ବଲପୁର: ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି(ସୋମବାର) ସମ୍ବଲପୁରରେ ରାଜ୍ୟ ଯୁବ କଂଗ୍ରେସ ଆନ୍ଦୋଳନ କରିଛି । କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ କଂଗ୍ରେସ ଅଫିସରୁ ବାହାରି ଆରଡିସି ଅଫିସ ଘେରାଉ କରିଥିଲେ ।

ଚାଷୀ ସମସ୍ୟା, RDC ଅଫିସ ଘେରାଉ କଲା କଂଗ୍ରେସ

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଚାଷୀଙ୍କ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି କଂଗ୍ରେସ କର୍ମୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁଁ ଆଜି ଚାଷୀର ଧାନ ମଣ୍ଡିରେ ପଡି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କୃଷକଙ୍କ ଏହି ସବୁ ସମସ୍ୟା ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା କଂଗ୍ରେସ ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ବିରୋଧୀ ନାରା ଦେବା ସହ ସମ୍ବଲପୁର ଆରଡିସିଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ ।

ଆରଡିସିଙ୍କ ଅଫିସ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆରଡିସି କାର୍ଯ୍ୟାଳୟ ଭିତରକୁ ବଳ ପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅବରୋଧ କରିବାରୁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ ପାଇଁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.