ETV Bharat / city

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ସିଏଏ ସମର୍ଥିତ ଜନସଭାରେ ଦେବେ ଯୋଗ - caa support rally

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଜିଲ୍ଲା ବିଜେପି ପକ୍ଷରୁ ଗଙ୍ଗାଧର ମଣ୍ଡପରେ ଆୟୋଜିତ ସିଏଏ ସମର୍ଥିତ ଏକ ଜନସଭାରେ ଯୋଗ ଦେବେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Central minister Giriraj singh visit sambalpur
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
author img

By

Published : Jan 11, 2020, 12:11 PM IST

Updated : Jan 11, 2020, 12:49 PM IST

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଗୁରୁବାର ସମ୍ବଲପୁର ବିଜେପି ପକ୍ଷରୁ ଗଙ୍ଗାଧର ମଣ୍ଡପରେ ଆୟୋଜିତ ସିଏଏ ସମର୍ଥିତ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପ୍ରଥମେ ସମ୍ବଲପୁର ଆସି ଜେଲ ଛକରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସହରର ବଳିବନ୍ଧା ଛକ, ଲକ୍ଷ୍ମୀ ଟକିଜ୍‌ ଛକ ଓ ଭୂତାପଡା ଛକରୁ ସିଏଏ ସମର୍ଥନରେ 3 ଟି ରାଲି ବାହାରି ଗଙ୍ଗାଧର ମଣ୍ଡପରେ ପହଞ୍ଚିବ । ଯେଉଁଠି ଜନସଭାର ଆୟୋଜନ ହୋଇଛି ।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ସିଏଏ ସମର୍ଥିତ ଜନସଭାରେ ଦେବେ ଯୋଗ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସିଏଏକୁ ନେଇ କୌଣସି ଭାରତୀୟ ମୁସଲମାନ ନାଗରିକ ଭୟଭୀତ ହେବାର ଆବଶ୍ୟକତା ନାହିଁ । ବିରୋଧୀ କଂଗ୍ରେସ ସିଏଏ ନେଇ ଅପପ୍ରଚାର କରି କିଛି ସଂଖ୍ୟାଲଘୁକୁ ନେଇ ଆନ୍ଦୋଳନ କରାଉଛି । ଏଥିସହ ଦେଶ ବିଭାଜନ କରାଇବାକୁ ଚେଷ୍ଟା କରୁଛି । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ପ୍ରକୃତରେ ସିଏଏ ଜରିଆରେ ଧାରା 370 ଉଚ୍ଛେଦ ଓ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କଂଗ୍ରେସ କରୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ଆଜି ସେ ସମ୍ବଲପୁର ରେ ହେବାକୁ ଥିବା ସିଏଏ ସମର୍ଥିତ ସଭାରେ ଯୋଗ ଦେବେ। ସମ୍ବଲପୁର ବିଜେପି ତରଫରୁ ଗଙ୍ଗାଧର ମଣ୍ଡପରେ ସି ଏ ଏ ସମର୍ଥନ ରେ ହେଉଥିବା ଜଣ ସଭାରେ ମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେଉଛନ୍ତି।ଆଜି ସେ ପ୍ରଥମେ ଆସି ସମ୍ବଲପୁର ଜେଲ ଛକରେ ଥିବା ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରିଛନ୍ତି

Body:ଏହି ଅବସର ରେ ସି ଏ ଏ କୁ ନେଇ କୌଣସି ଭାରତୀୟ ମୁସଲମାନ ନାଗରିକ ର ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ବିରୋଧୀ କଂଗ୍ରେସ ସ ଏ ଏ ନେଇ ଅପପ୍ରଚାର କରି କିଛି ସଂଖ୍ୟାଲଘୁ କୁ ନେଇ ଆନ୍ଦୋଳନ କରାଉଛି ଓ ଦେଶ ବିଭାଜନ କରାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।ସେ କହିଛନ୍ତି ଯେ ଏହା ସି ଏ ଏ କୁ ନେଇ ବିରୋଧ ନୁହେଁ ବରଂ ଆର୍ଟିକିଲ 370 ଉଚ୍ଛେଦ ଓ ରାମ ମନ୍ଦିର ନିଷ୍ପତ୍ତି ଅସିବା ପରେ କଂଗ୍ରେସ ଏହାର ବିରୋଧ କରି ନପାରିବାରୁ ଏବେ ଏହାର ରୋଷ ସି ଏ ଏ ଜରିଆରେ ବାହାର କରୁଛି ବୋଲି ସେ କହିଛନ୍ତି।

Conclusion:ଆଜି ସମ୍ବଲପୁର ର ବଳିବନ୍ଧା ଛକ ,ଲକ୍ଷ୍ମୀ ଟକିଜ ଛକ ଓ ଭୁତାପଡା ଛକରୁ ସି ଏ ଏ ସମର୍ଥନ ରେ 3 ଟି ରେଲି ବାହାରିବ ଓ ଏହା ପରେ ଏହି ରେଲି ଗଙ୍ଗାଧର ମଣ୍ଡପ ପର୍ଯ୍ୟନ୍ତ ଆସିବ।ଏଠାରେ ଏକ ଜନ ସଭା ହେବ।ଏଥିରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେବେ।

ବାଇଟ-1-ଗିରିରାଜ ସିଂ,କେନ୍ଦ୍ରମନ୍ତ୍ରୀ।
Last Updated : Jan 11, 2020, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.