ETV Bharat / city

ସରକାରଙ୍କ ଏଠି ମନମାନି ଚାଲିଛି: ଦିଲୀପ ମହାନ୍ତି

author img

By

Published : Jul 15, 2021, 10:07 AM IST

ମନ୍ତ୍ରୀଙ୍କ ଦୋମୁହାଁ ନୀତି ଓ କମ ସେବାର ଅଧିକ ଟିକସ ନେବା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ବୁଧବାର ରାଜରାସ୍ତାକୁ ଓହ୍ଲାଇଛି । ଅଧିକ ପଢନ୍ତୁ...

ସରକାରଙ୍କ ଏଠି ମନମାନି ଚାଲିଛି
ସରକାରଙ୍କ ଏଠି ମନମାନି ଚାଲିଛି

ଭୁବନେଶ୍ବର: ମନ୍ତ୍ରୀଙ୍କ ଦୋମୁହାଁ ନୀତି ଓ କମ ସେବାର ଅଧିକ ଟିକସ ନେବା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ବୁଧବାର ରାଜରାସ୍ତାକୁ ଓହ୍ଲାଇଛି । ସରକାରଙ୍କ ଏଠି ମନମାନି ଚାଲିଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିର୍ବାଚନର ସଠିକ ସମୟ ହୋଇ ସାରିଥିଲେ ମଧ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଉନାହାଁନ୍ତି । ଗଣତନ୍ତ୍ର ବ୍ୟବସ୍ଥାକୁ ସମ୍ମାନ ଜଣାଇ ତୁରନ୍ତ ନିର୍ବାଚନ କରିବାର ଆବଶ୍ୟକତା ରହିଛି ବୋଲି ଦୃଢ଼ ଯୁକ୍ତି ବାଢ଼ିଛନ୍ତି ବିଜେପି ମୁଖପାତ୍ର ଦିଲୀପ ମହାନ୍ତି ।

ସରକାରଙ୍କ ଏଠି ମନମାନି ଚାଲିଛି

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଯାହାକି ଖାଉଟିଙ୍କ ଉପରେ ବୋଝ ହେଉଛି । ରାଜ୍ୟ ସରକାର ପ୍ରତି 100 ଟଙ୍କାରେ 36 ଟଙ୍କା ନେଉଛନ୍ତି ଟିକସ ଭାଟ ଆଗରେ । ରାଜ୍ୟ ସରକାର ଚାହିଁଲେ ନିଜ ରାଜ୍ୟ ପାଇଁ ନେଉଥିବା ଟିକସକୁ କମ କରିପାରନ୍ତେ । କିନ୍ତୁ ରାଜ୍ୟ ସରକାର ନିଜର ରାଜକୋଷକୁ ପୂର୍ଣ୍ଣ କରିବା ପାଇଁ ଟିକସ ନେଉଛନ୍ତି ।

ରାଜ୍ୟରେ କମ୍ପାନୀମାନେ ପାଖାପାଖି ତିନି ହଜାର କୋଟି ଟଙ୍କା ବକେୟା ରଖିଛନ୍ତି । ତାଙ୍କ ଉପରୁ ଆଦାୟ ହେଉନାହିଁ କିନ୍ତୁ ପୂର୍ବ ଛଅ ମାସ ଭିତରେ ବିଦ୍ୟୁତ ଶୁଳ୍କ ୟୁନିଟ ପିଛା 50 ପଇସା ବୃଦ୍ଧି କରୁଛନ୍ତି । ମହାମାରୀ କୋରୋନା ସମୟରେ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ଦିଲ୍ଲୀପ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.