ETV Bharat / city

କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ - sambalpur

ନାମାଙ୍କନ ପତ୍ର ଦାଖଲ କଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ । ବୁଧବାର ନିଜର ହଜାର ହଜାର ସମର୍ଥକଙ୍କ ସହ ଜେଲ ଛକରୁ ଏକ ବିଶାଳ ଶୋଭାଯାତ୍ରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବାଳକୃଷ୍ଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 3, 2019, 10:01 PM IST

ସମ୍ବଲପୁର: ନାମାଙ୍କନ ପତ୍ର ଦାଖଲ କଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ । ବୁଧବାର ନିଜର ହଜାର ହଜାର ସମର୍ଥକଙ୍କ ସହ ଜେଲ ଛକରୁ ଏକ ବିଶାଳ ଶୋଭାଯାତ୍ରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବାଳକୃଷ୍ଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଚଳିତ ନିର୍ବାଚନରେ ସେ ପାନୀୟ ଜଳ ଯୋଗାଣ, ଜଳସେଚନ, ରାସ୍ତା ଘାଟ ନିର୍ମାଣ,ସ୍ଥାନୀୟ ନିଯୁକ୍ତି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରମୁଖ ମୁଦ୍ଦା କରିବେ ବୋଲି କହିଛନ୍ତି । ଅନ୍ୟପଟେ ବୁଧବାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀରୀନା ତନ୍ତୀ ମଧ୍ୟ ନିଜର ହଜାର ହଜାର ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ବୁଧବାର ନାମାଙ୍କନଦାଖଲସମୟରେ ଉପସ୍ଥିତ ଥିଲେ । ଏଥର ନିର୍ବାଚନରେ ରେଙ୍ଗାଲିର ନବନିର୍ମାଣ ଓ ବିକାଶ ବିଜେଡିର ପ୍ରମୁଖ ମୁଦ୍ଦା ହେବ ବୋଲି କହିଛନ୍ତି ରାସେଶ୍ବରୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.