ETV Bharat / city

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ଦାବି, ମୋଦିଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ

author img

By

Published : Aug 25, 2021, 3:41 PM IST

Updated : Aug 25, 2021, 3:47 PM IST

ସମ୍ବଲପୁରର ଦୂରଦର୍ଶନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପିଏମ ମୋଦି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ । ଅଧିକ ପଢନ୍ତୁ...

Bargarh mp Suresh pujari letter to pm modi
ସମ୍ବଲପୁରର ଦୂରଦର୍ଶନ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ ଓ ପଦବୀ ପୂରଣ ପାଇଁ ଚିଠି ଲେଖିଲେ ବରଗଡ ସାଂସଦ

ଭୁବନେଶ୍ବର: ସମ୍ବଲପୁରର ଦୂରଦର୍ଶନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଚିଠି ଲେଖିଲେ ବରଗଡ ସାଂସଦ। ଏନେଇ ଆଜି ବରଗଡ ସାଂସଦ ସୁରେଶ ପୂଜାରୀ ପ୍ରଧାନମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

  • ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରକୁ ପୁନଃ କାର୍ଯ୍ୟକ୍ଷମ, ଏହାର ପ୍ରଡକ୍ସନ ୟୁନିଟରେ ର ପଦବୀ ପୂରଣ ଓ ଏହାକୁ ସେଟେଲାଇଟ ଯୁକ୍ତ କରି ୨୪ x ୭ ସେବା ପାଇଁ #ପଶ୍ଚିମ_ଓଡିଶା_କଳାକାର_ମହାସଂଘ ତରଫରୁ ମୋତେ ଦିଆଯାଇଥିବା ଦାବୀପତ୍ର କୁ ସଂଲଗ୍ନ କରି ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଓ ମନ୍ତ୍ରୀ ଶ୍ରୀ @ianuragthakur ଙ୍କୁ ମୋର ପତ୍ର… pic.twitter.com/L4TSHWo2hH

    — Suresh Pujari (@sureshkpujari) August 25, 2021 " class="align-text-top noRightClick twitterSection" data=" ">

ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ଏକମାତ୍ର ଦୂରଦର୍ଶନ କେନ୍ଦ୍ର ଅବହେଳିତ ଅବସ୍ଥାରେ ପଡି ରହିଛି । ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ପଶ୍ଚିମ ଓଡିଶା କଳାକାର ମହାସଂଘ । ଏହା ସହ ପ୍ରଡକ୍ସନ ୟୁନିଟର ପଦବୀ ପୂରଣ ଏବଂ ସାଟେଲାଇଟ ଯୁକ୍ତ ୨୪x7 ସେବା ପାଇଁ ପଶ୍ଚିମ ଓଡିଶା କଳାକାର ମହାସଂଘ ପକ୍ଷରୁ ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଦାବି ଜଣାଇଥିଲେ। ଆଜି ଏହି ସମସ୍ତ ଦାବିକୁ ନେଇ ବରଗଡ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି । ସୂଚନାଥାଉକି ୧୯୭୮ ମସିହରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଥିଲା ଦୂରଦର୍ଶନ କେନ୍ଦ୍ର । ସେତେବେଳେର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏହାକୁ ଉଦଘାଟନ କରିଥିଲେ । ପଶ୍ଚିମ ଓଡିଶାରେ ଏହି ଦୂରଦର୍ଶନ କେନ୍ଦ୍ର ଲୋକଙ୍କ ମନୋରଞ୍ଜନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ବିଶେଷ କରି ପଶ୍ଚିମ ଓଡିଶାର କଳା ସଂସ୍କୃତି ଲୋକନୃତ୍ୟ,ସଙ୍ଗୀତ ଓ କଳା ଐତିହ୍ୟ ସହ ଚାଷୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରାଯାଉଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦୂରଦର୍ଶନ କେନ୍ଦ୍ରରେ କର୍ମଚାରୀଙ୍କୁ ଅଭାବ ଯୋଗୁଁ ଏହି ଦୂରଦର୍ଶନ କେନ୍ଦ୍ର ନିଜର ପୂର୍ବ ଗୌରବ ହରାଇବାକୁ ବସିଛି । ଏଠାକାର ଷ୍ଟୁଡିଓ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ । ଯାହାକୁ ନେଇ ବେଶ ଚିନ୍ତା ପ୍ରକଟ କରିଛି ପଶ୍ଚିମ ଓଡିଶା କଳାକାର ମହାସଂଘ । ବିଶେଷ କରି କଳାକାର ମହାସଂଘ ପକ୍ଷରୁ ବିଶିଷ୍ଠ ଲୋକକବି ହଳଧର ନାଗ,ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଅନ୍ୟ କଳାକାର ମାନେ ବରଗଡ ସାଂସଦଙ୍କୁ ଦାବି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2021, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.