ସମ୍ବଲପୁର: ଗୋହତ୍ୟା ବନ୍ଦ ଦାବିରେ ସମ୍ବଲପୁରରେ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ବେଆଇନ ଭାବରେ ସମ୍ବଲପୁର ଜିଲ୍ଲାରେ ରହୁଥିବା ବାଂଲାଦେଶୀ ଗୋହତ୍ୟା କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ଗୋହତ୍ୟା ବନ୍ଦ କରିବାକୁ କରିଛି ପଶ୍ଚିମ ପ୍ରାନ୍ତ ବଜରଙ୍ଗ ଦଳ ।
ଖାଲି ସେତିକି ନୁହେଁ, ଗାଈଗୋରୁଙ୍କ ପାଇଁ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଦାବି କରିଛି ପଶ୍ଚିମ ପ୍ରାନ୍ତ ବଜରଙ୍ଗ ଦଳ । ଏହି ଦୁଇ ଦଫା ଦାବି ନେଇ ସମ୍ବଲପୁର ଅଇଁଠାପାଲିସ୍ଥିତ PHD ପଡ଼ିଆରୁ ବାଇକ ରାଲି କରିଛି ବଜରଙ୍ଗ ଦଳ । ଗୋ ହତ୍ୟା ବିରୋଧୀ ସ୍ଲୋଗାନ ସହିତ ସାରା ସହରରେ ବିରୋଧ ପ୍ରଦର୍ଶନ କରିଛି ପଶ୍ଚିମ ପ୍ରାନ୍ତ ବଜରଙ୍ଗ ଦଳ ।
ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ବଜରଙ୍ଗ ଦଳର କର୍ମକର୍ତ୍ତା ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ମୁଖ୍ୟତଃ ବେଆଇନ ଭାବେ ସମ୍ବଲପୁରରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲ୍ଲାରୁ ବିତାଡ଼ିତ କରିବା ଓ ଗୋହତ୍ୟା ବନ୍ଦ କରିବାକୁ ଦାବି ହୋଇଛି । ତାସହ ବୁଲା ଗାଈଗୋରୁଙ୍କ ପାଇଁ ହସ୍ପିଟାଲ ବ୍ୟବସ୍ଥା କରିବାକୁ ଦାବି କରିଛି ବଜରଙ୍ଗ ଦଳ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ