ETV Bharat / city

ଅଟୋ ଡ୍ରାଇଭର ଝିଅଙ୍କ କୃତିତ୍ବ, AITT ପରୀକ୍ଷାରେ ରଖିଲେ 98 ପ୍ରତିଶତ ମାର୍କ - ସମ୍ବଲପୁରରେ ଅଟୋ ଡ୍ରାଇଭର ଝିଅଙ୍କ କମାଲ

ସମ୍ବଲପୁରରେ ଅଟୋ ଡ୍ରାଇଭରଙ୍କ ଝିଅର କମାଲ । ITIର ଅଲ ଇଣ୍ଡିଆ ଟ୍ରେଡ଼ ଟେଷ୍ଟ ପରୀକ୍ଷାରେ 98 ପ୍ରତିଶତ ମାର୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି । ଅଧିକ ପଢନ୍ତୁ

ଅଟୋ ଡ୍ରାଇଭର ଝିଅଙ୍କ କୃତିତ୍ବ, ITI ପରୀକ୍ଷାରେ ରଖିଲେ 98 ପ୍ରତିଶତ ମାର୍କ

author img

By

Published : May 5, 2022, 8:24 PM IST

Updated : May 5, 2022, 8:53 PM IST

ସମ୍ବଲପୁର: ଇଚ୍ଛା ଶକ୍ତି ଥିଲେ କୌଣସି ବାଧାବିଘ୍ନ ନିଜର ଲକ୍ଷ୍ୟ ହାସଲରେ ବାଧା ସାଜିନଥାଏ । ଏହାକୁ ପ୍ରମାଣିତ କରିଛନ୍ତି ସମ୍ବଲପୁର ହୀରାକୁଦ ସହରର ITI ଛାତ୍ରୀ ସାଗରିକା ବକଲି । ତାଙ୍କ ବାପା ଥୋମାସ ବକଲି ଜଣେ ଅଟୋ ଡ୍ରାଇଭର ହୋଇଥିବାବେଳେ ଏବେ ସେ ଆଇଟିଆଇର ଅଲ ଇଣ୍ଡିଆ ଟ୍ରେଡ଼ ଟେଷ୍ଟ ପରୀକ୍ଷାରେ 98 ପ୍ରତିଶତ ମାର୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବର୍ତ୍ତମାନ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଅଟୋ ଡ୍ରାଇଭର ଝିଅଙ୍କ କୃତିତ୍ବ, AITT ପରୀକ୍ଷାରେ ରଖିଲେ 98 ପ୍ରତିଶତ ମାର୍କ

ସମ୍ବଲପୁର ହୀରାକୁଦ ସହରର ଚକ୍ରବର୍ତ୍ତୀ ପଡାର ଥୋମାସଙ୍କ ଝିଅ ସାଗରିକା । ଥୋମାସ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବାବେଳେ ତାଙ୍କ ଝିଅ ହୀରାକୁଦ ସରକାରୀ ITIର ଇଲେକ୍ଟ୍ରିସିଆନ ଟ୍ରେଡ଼ରେ AITT ପରୀକ୍ଷାରେ ଚଳିତ ବର୍ଷ 700 ମାର୍କରୁ 686 ମାର୍କ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାଙ୍କର ବାପା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବାବେଳେ ବିପରୀତ ପରିସ୍ଥିତିରେ ସେ ଏହି ସଫଳତା ପାଇଥିବାରୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗକୁ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 5, 2022, 8:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.