ETV Bharat / city

ଅପମାନ ପାଇଁ ଦଳ ଛାଡିଲି: ଅଶ୍ବିନୀ ପୂଜାହାରୀ - ସମ୍ବଲପୁର

ସମ୍ବଲପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀ ଦଳ ଛାଡିଛନ୍ତି । ତାଙ୍କୁ ଅପମାନିତ କରାଯାଇଥିବା ଦର୍ଶାଇ ସେ କଂଗ୍ରେସ ଛାଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 1, 2019, 6:40 PM IST

ସମ୍ବଲପୁର: ପରାଜୟର କାରଣ ଖୋଜିବା ନାଁରେ ଅପମାନିତ କରାଗଲା । ମୋତେ ଅପମାନିତ କରିବା ସହ ମୋ କର୍ମୀଙ୍କୁ ମାଡ ମରାଗଲା । କିଛି ନିର୍ଦ୍ଦିଷ୍ଟ ଦଳର ଏଜେଣ୍ଟ ବୋଲି ମୋତେ ଅଭିହିତ କରାଗଲା । ଯାହା ବହୁତ ଅପମାନଜନକ ଥିଲା ବୋଲି କଂଗ୍ରେସ ଛାଡିବା ପରେ ବୁର୍ଲା ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ତଥା ସମ୍ବଲପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଡକ୍ଟର ଅଶ୍ବିନୀ ପୂଜାହାରୀ ପରୋକ୍ଷରେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃତ୍ବକୁ ପଠାଇଥିବା କହିଛନ୍ତି । ଗତ 26 ତାରିଖ ରାଜ୍ୟସ୍ତରୀୟ 2 ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଚାଲିଥିବାବେଳେ ତାଙ୍କୁ କିଛି ଦଳୀୟ କାର୍ଯ୍ୟକର୍ତ୍ତା ଗାଳିଗୁଳଜ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା ସହ ତାଙ୍କ ସମର୍ଥକଙ୍କୁ ମାଡ ମାରିଥିଲେ ।

ତେବେ ଇସ୍ତଫା ଦେବା ପରେ ଅଶ୍ବିନୀ ଏବେ ବାଙ୍ଗାଲୋରକୁ ଚାଲିଯିବେ ବୋଲି ଜଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:କଂଗ୍ରେସ ଛାଡିଲେ ବୁର୍ଲା ମେଡ଼ିକାଲ ର ପୂର୍ବତନ ନିର୍ଦେଶକ ଡା ଅଶ୍ୱିନୀ ପୂଜାହାରୀ। ଗତ ବିଧାନସଭା ନିର୍ବାଚନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡା ପୂଜାହାରୀ ଲିଖିତ ଭାବେ ନିଜର ଇସ୍ତଫା କେନ୍ଦ୍ର ତଥା ରାଜ୍ୟ ନେତୃତ୍ୱକୁ ପଠାଇ ଥିବାର ନିଜେ ସୁଚନା ଦେଇଛନ୍ତି।

Body:ଶେଷରେ କଂଗ୍ରେସ ଛାଡିଛନ୍ତି ଡା ଅଶ୍ୱିନୀ ପୂଜାହାରୀ। ସେ ଲିଖିତ ଭାବେ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ କୁ ଏନେଇ ଜଣେଇଥିବା କହିଛନ୍ତି।ଗତ 26 ତାରିଖ ରାଜ୍ୟ ସ୍ତରୀୟ 2 ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଚାଲିଥିବା ବେଳେ ତାଙ୍କ ସହ ଦଳୀୟ କାର୍ଯ୍ୟକର୍ତା ମାନେ ତାଙ୍କୁ ଗାଳି ଗୁଳଜ କରି ଦୁର୍ବ୍ୟବହାର କରିବା ସହ ତାଙ୍କର ଜଣେ ସମର୍ଥକ କୁ ବଡ଼ିଆ ପିଟା କରିଥିବାର ଡା ପୂଜାହାରୀ କହିଛନ୍ତି।ଏହି ପରି ଭାବେ ତାଙ୍କୁ ଅପମାନିତ କରାଯାଇଥିବାରୁ ସେ କଂଗ୍ରେସ ଛାଡିଥିବାର ସ୍ପଷ୍ଟ ଭାବେ କହିଛନ୍ତି।

Conclusion:ଏଠାରୁ ସେ ବାଙ୍ଗାଲୋର ସିଫ୍ଟ ହେବେ ବୋଲି ମଧ୍ୟ କହିଛନ୍ତି। ତାଙ୍କ ପାଖକୁ ବହୁ ସ୍ଥାନରୁ ଜବ ଅଫର ଅଛି ବୋଲି ପୂଜାହାରୀ କହିଛନ୍ତି।ତେବେ ଆଗକୁ ଯେତେବେଳେ ସମ୍ବଲପୁର ବାସୀ ତାଙ୍କୁ ଡାକିବେ ସେ ନିଶ୍ଚୟ ଆସିବେ ବୋଲି କହିଛନ୍ତି। ଅଶ୍ୱିନୀ ପୂଜାହାରୀ ବୁର୍ଲା ମେଡ଼ିକାଲ ର ଦୃଢ଼ ଅନୁଶାସନ ,ନର୍ସିଂହୋମ ରେ କାମ କରୁଥିବା ସରକାରୀ ଡାକ୍ତର ବିରୁଦ୍ଧରେ ଷ୍ଟିଂ ଅପରେସନ କରିବା ଓ ଲୁଣ ଚିକିତ୍ସ ପାଇଁ ଚର୍ଚ୍ଚା ରେ ଥିଲେ।

ବାଇଟ-1-ଡା ଅଶ୍ୱିନୀ ପୂଜାହାରୀ, ପୂର୍ବତନ ନିର୍ଦେଶକ, ବୁର୍ଲା ମେଡିକାଲ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.