ETV Bharat / city

UPSC Result: ସଫଳତା ପାଇଲେ ସମ୍ବଲପୁରର ଅଙ୍କିତ

author img

By

Published : Sep 24, 2021, 10:27 PM IST

ସଂଘ ଲୋକସେବା ଆୟୋଗ (UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ ଘୋଷଣା ହୋଇଛି । UPSC-୨୦୨୦ ପରୀକ୍ଷାରେ ସମ୍ବଲପୁରର ଅଙ୍କିତ କୁମାର ବର୍ମା ୧୮୪ତମ ରାଙ୍କ ପାଇଛନ୍ତି । ଅଧିକ ପଢନ୍ତୁ...

UPSC ପରୀକ୍ଷାରେ ସଫଳତା ପାଇଲେ ସମ୍ବଲପୁରର ଅଙ୍କିତ ବର୍ମା

ସମ୍ବଲପୁର: ୟୁପିଏସସି (UPSC) ପରୀକ୍ଷାରେ ସମ୍ବଲପୁରର ଯୁବକଙ୍କୁ ମିଳିଛି ସଫଳତା । ସମ୍ବଲପୁର ସହରର ଧନୁପାଲି ଅଞ୍ଚଳର ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ ଏହି ସଫଳତା ପାଇଛନ୍ତି । ତେବେ ସେ ସର୍ବ ଭାରତୀୟ ସ୍ତରରେ 184 ରାଙ୍କ ପାଇଛନ୍ତି । ଆଉ ଏହି ସଫଳତା ପାଇଁ ସେ ଭଗବାନ ଓ ନିଜ ପରିବାରଵର୍ଗଙ୍କୁ ଶ୍ରେୟ ଦେଇଛନ୍ତି ।

ତେବେ ସେ ଚେନ୍ନାଇ ସ୍ଥିତ ଏସଆରଏମ(SRM) ୟୁନିଭରସିଟିରେ ଗ୍ରାଜୁଏସନ ପାସ କରିବା ପରେ ପ୍ରଥମେ ଚାକିରୀ କରିଥିଲେ । ଆଉ ଏହାପରେ ସେ 2014 ମସିହାରୁ ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ସେପଟେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଦେଶ ସେବା ପାଇଁ ସରକାରଙ୍କ ତରଫରୁ ଯେଉଁ ପଦଵୀ ମିଳିବ ତାଙ୍କୁ ସେ ଖୁସି ସହାକାରେ ଗ୍ରହଣ କରିବେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.