ETV Bharat / city

ସାଢେ 6 ଦଶନ୍ଧିରେ ପଦାର୍ପଣ କଲା ହୀରାକୁଦ ନଦୀବନ୍ଧ, କେମିତି ଅଛନ୍ତି ବିସ୍ଥାପିତ ?

ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତିପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 65 ବର୍ଷରେ ପଦାର୍ପଣ କରିଛି । ଅଧିକ ପଢନ୍ତୁ

author img

By

Published : Jan 13, 2022, 6:30 AM IST

ହୀରାକୁଦ ନଦୀବନ୍ଧ
ହୀରାକୁଦ ନଦୀବନ୍ଧ

ସମ୍ବଲପୁର: ପ୍ରତିଶୃତି, ପ୍ରତାରଣା ଓ ପ୍ରହେଳିକାର ସାଢେ 6 ଦଶନ୍ଧି । ବିସ୍ଥାପନ ପରେ ବିସ୍ଥାପନ । ପୁଣି ଆକାଶରୁ ସ୍ବର୍ଗ ତୋଳି ଆଣିଦେବାର ଛଳନା । ଆଉ ଏହି ସାଂଘାତିକ ଛଳନା ଓ ପ୍ରତାରଣା କେବେ ଆଶା କରିନଥିଲେ ନିରୀହ ଗରିବ ଗୁରୁବା ଲୋକଗୁଡାକ । ତାଙ୍କର ଦୋଷ ଏହା ଯେ ଦେଶର ଗୌରବ ପାଇଁ ରାଜ୍ୟର ଦୃତ ବିକାଶ ପାଇଁ ଭିଟାମାଟି ତ୍ୟାଗ କରିଛନ୍ତି । ଆଉ ଏହି ତ୍ୟାଗ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସହ ଯେଉଁ ଛଳନା କରିଛନ୍ତି ତାହା ଆଜିର ତୃତୀୟ ପୀଢି ମଧ୍ୟ ଶୁଣି ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି ସିନା ହେଲେ ତାଙ୍କ କାନ୍ଦ କୌଣସି ନିର୍ବାଚିତ ସରକାର ପାଖରେ ପହଞ୍ଚୁନାହିଁ । ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? କାହିଁକି ସରକାର କଲେ ଛଳନା ? ବିକାଶ ପାଇଁ ଭିଟାମାଟି ଛାଡିବା କଣ ତାଙ୍କର ଭୁଲ ଥିଲା ? ଆଜି ରକ୍ତର ସମ୍ପର୍କ ଯେଉଁ ଛିନଛତ୍ର ହୋଇଯାଇଛି ସେଥିପାଇଁ ଦାୟୀ କିଏ ? ଏମିତି ଅନେକ ଯନ୍ତ୍ରଣାଦାୟକ ବେଦନାଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ।

ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତିପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 65 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁମାନଙ୍କ ଜୀବନ ମାଟିରେ ମାଟି ହୋଇଗଲା ପୀଢି ପରେ ପୀଢି ଲୋପ ପାଇଗଲା, ପେଟକୁ ଦାନ ମୁଠାଏ ଦେବାପାଇଁ ଛିନଛତ୍ର ହୋଇଗଲେ । ସେମାନଙ୍କୁ ଏ ସରକାର କେବେ ଉପଯୁକ୍ତ ଭାବେ ଖୋଜିଛି ନା ଥାଇଥାନ କରିଛି । କାରଣ ସେମାନେ ବିସ୍ଥାପିତ ଆଉ ଗରିବ । ସେମାନଙ୍କ ପାପ ଏହା ଯେ ନିଜ ଭିଟାମାଟିକୁ ହୀରାକୁଦ ଗର୍ଭରେ ବୁଡିଯିବାକୁ ଦେଲେ । ଯାହାର ଫଳ ବୋଧହୁଏ ଭୋଗୁଛନ୍ତି ବିସ୍ଥାପନ ଜୀବନ ।

କେତେ ଲୋକ ହୋଇଥିଲେ ପ୍ରଭାବିତ ?

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁସାରେ ନଦୀବନ୍ଧ ପାଇଁ ସମଗ୍ର ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା । 750 ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା 369 ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ 26 ହଜାରୁ ଅଧିକ ପରିବାର ହେଲେ ପ୍ରଭାବିତ । 19 ହଜାରରୁ ଅଧିକ ପରିବାର ହେଲେ ଚିରକାଳ ପାଇଁ ବିସ୍ଥାପିତ । ହେଲେ ସରକାରଙ୍କ ଛଳନା ପାଇଁ ଏହି ବିସ୍ଥାପିତ ପରିବାର ନିଶ୍ଚିହ୍ନ ହୋଇଯିବା ସ୍ଥିତିରେ ଏବେ । ଭିଟାମାଟିରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଯନ୍ତ୍ରଣା କୋହରେ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନ ଓ ପଡୋଶୀ ଛତିଶଗଡର କେଉଁ ଏକ ଅଚିହ୍ନା ଅଜଣା ଜାଗାରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢି । ଆଉ ଅପେକ୍ଷା କରିଛନ୍ତି ଆଖିରେ ପୁଟୁଳି ବାନ୍ଧୀ ଶାସନ କରୁଥିବା ସରକାରର ସହାୟତାକୁ ।

କୁହାଯାଏ ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିଛି ସିନା କେବେ କମିନାହିଁ। ଏହି ହୀରାକୁଦକୁ ବିଦେଶରୁ କେତେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଲେ, କେଉଁ ରଙ୍ଗର ପକ୍ଷୀ ଆସିଲେ, କେତେ ଦିନ ରହିଲେ, କେତେ ଅଣ୍ଡା ଦେଲେ କେତେଦିନ ବସବାସ କଲେ ସରକାର ଗୋଟି ଗୋଟି କରି ଗଣତି କରିପାରୁଛନ୍ତି । ଅଥଚ ସେହି ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ଅଭାବୀ ଅଶିକ୍ଷିତ ଅଳ୍ପଶିକ୍ଷିତ ପରିବାର ଜନ୍ମଭୂମି କର୍ମଭୂମି ସହ ନିଜ କୂଳଦେବତାଙ୍କୁ ନଦୀବନ୍ଧରେ ବୁଡିଯିବାର ଦାରୁଣ କଷ୍ଟକୁ ସହିଲେ ଦେଖିଲେ ଓ ରାଜ୍ୟର ବିକାଶ ପାଇଁ ସର୍ବସ୍ବ ତ୍ୟାଗକଲେ ତାଙ୍କୁ ଏହି କର୍ମବୀର ବିକାଶ ବୀର ସରକାର ଗଣତି କରିପାରୁ ନାହିଁନ୍ତି । ଏହାଠାରୁ ଅଧିକ ଆଉ କଣ ବିଡମ୍ବନା ହୋଇପାରେ ।

ଅଧିକାର ପାଇଁ ଦାବି ଆପତ୍ତି ସଂଘର୍ଷ ଆନ୍ଦୋଳନ ବିକ୍ଷୋଭ ପରେ ସରକାର ଶୁଣିଥଲେ ବିସ୍ଥାପିତଙ୍କ ଚିତ୍କାର । ପ୍ରଭାବିତ ହୋଇଥିବା 26 ହଜାର ପରିବାରକୁ ପ୍ରତି ପରିବାର ପିଛା 10 ଡେସିମିଲ ଲେଖାଏଁ ଘର ଡିହ ଦେବାକୁ 1993 ମସିହାର ହୋଇଥିଲା ନିର୍ଦ୍ଦେଶ । କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିଙ୍କ କହିବା ଅନୁସାରେ ଏବେ ମାତ୍ର 2 ହଜାର ପରିବାରକୁ ମିଳିଛି ପଟ୍ଟା । 2 ହଜାରରୁ ଅଧିକ ପରିବାରକୁ ସରକାରୀ କ୍ୟାମ୍ପରେ କରାଯାଇଛି ଥଇଥାନ । ଆହୁରି ହଜାର ହଜାର ପରିବାର ଜୀବନ ଜୀବିକା ଅନ୍ବେଷଣରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା (ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ଦେବଗଡ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ସହ ପଡୋଶୀ ଛତିଶଗଡ, ବିହାରକୁ ଚାଲିଗଲେ । ଫଳରେ 1993 ମସିହାରେ ସରକାର ଘୋଷଣା କରିଥିବା ସହାୟତା ପାଇବାରୁ ସେମାନେ ବଞ୍ଚିତ ହେଲେ । ସରକାରୀ ତଥ୍ୟ ଅନୁସାରେ 26 ହଜାର ବିସ୍ଥାପିତ ପରିବାରରୁ ମୋଟ 6 ହଜାର ପରିବାରକୁ ମିଳିଛି ଜମି ବା ଘରବାଡି ପଟ୍ଟା ।

ଆଉ ଉଦବେଗର କଥା ହେଲା ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ଦେଇନଥିବା କଥା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ 11 ହଜାରୁ ଅଧିକ ପରିବାର କ୍ଷତିପୂରଣ ସହାୟତା ପାଇବାରୁ ବଞ୍ଚିତ ବୋଲି ସରକାର 1987 ମସିହାରେ ବିଧାନସଭାରେ କହିଛନ୍ତି । ଏହାସହ ଝାରସୁଗୁଡା ସମ୍ବଲପୁର ଜିଲାର ବିଭିନ୍ନ ତାପଜ ବିଦ୍ୟୁତ ପ୍ରକଳ୍ପ ଓ କୋଇଲା ଖଣି ପାଇଁ ସେମାନେ ଦ୍ବିତୀୟ ଥର ମଧ୍ୟ ବିସ୍ଥାପିତ ହୋଇଛନ୍ତି । ଯାହା ବୋଝ ଉପରେ ନଳିତା ବିଡା ।

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଅଭିଯୋଗ । ସରକାର ବିସ୍ଥାପିତଙ୍କ ପ୍ରତି କେବେ ସମ୍ବେଦନଶୀଳ ହୋଇନାହାଁନ୍ତି । ସରକାରଙ୍କ ଅବହେଳା ପାଇଁ ଆଜି ସେମାନେ ଯାଯାବର ଜୀବନ ଜିଉଁଛନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢିଙ୍କ ପାଖରେ ଏବେ କୌଣସି ଭୋଟର କାର୍ଡ, ଆଧାର କାର୍ଡ, ପାନକାର୍ଡ ଭଳି ସରକାରୀ ପରିଚୟ ପତ୍ର ନାହିଁ । ଫଳରେ ସେମାନେ ଏବେ ଅନ୍ତହୀନ ଦୁର୍ଦ୍ଦଶାରେ ।

ଆଶା ବଢାଇଥିଲା NHRCଙ୍କ ନିର୍ଦ୍ଦେଶ

ଦଶନ୍ଧୀ ଦଶନ୍ଧୀ ଧରି ଦୁର୍ଦ୍ଦଶା ଦୁର୍ଦ୍ଦିନରେ ଥିବା ବିସ୍ଥାପିତଙ୍କ ବାସ୍ତବ ସ୍ଥିତି ଆର୍ଥିକ ସାମାଜିକ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ 3 ବର୍ଷ ତଳେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆମ କର୍ମବୀର ବିଶ୍ବସ୍ତରୀୟ ସରକାର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ଯାଏ ସଫଳ ହୋଇପାରିଲେ ନାହିଁ ।

ସରକାରୀ କଳର ଚରମ ଅବହେଳା, ସରକାରଙ୍କ ଇଚ୍ଛାଶକ୍ତି ଅଭାବ ଓ ସ୍ଥାନୀୟ ରାଜନେତାଙ୍କ ଦୁର୍ବଳ ରାଜନୀତି ପାଇଁ ଆଜି ହଜାର ହଜାର ବିସ୍ଥାପିତ ପରିବାର ଅସହାୟ, ଅସୁରକ୍ଷିତ, ଅବହେଳିତ । ଆଜିର ପୀଢି ସିନା ସେମାନଙ୍କ ଭିଟାମାଟି ଚର୍ମ ଚକ୍ଷୁରେ ଦେଖିନାହାଁନ୍ତି । କିନ୍ତୁ ପୂର୍ବ ପୁରୁଷଙ୍କ ସଂଘର୍ଷ ଓ ପୀଢି ପରେ ପୀଢିର ଭିଟାମାଟିକୁ ସେମାନେ କେବେ ଭୁଲିବେ ନାହିଁ । ଅବହେଳା ଅପାରଗତାର ସମୟ ଶେଷ ହେଉ । ନ୍ୟାୟ ଅଧିକାର କ୍ଷତିପୂରଣ ପାଇବାକୁ ଥିବା ଅବଶିଷ୍ଟ ପରିବାରକୁ ତୁରନ୍ତ ସରକାର ଚିହ୍ନଟ କରି ସହାୟତା ପ୍ରଦାନ କରନ୍ତୁ । ନଚେତ କୁହୁଳୁଥିବା ଧୂଆଁ ଦିନେ ବିସ୍ଫୋରକ ଭାବେଯେ ଜଳିବ ତାହା କିଏ କହିବ । ପ୍ରତାଡିତଙ୍କୁ ପରିବାର ମିଳୁ । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳୁ । ଝରୁଥିବା ଆଖିର ଲୁହ ଶୁଖୁ । ବିସ୍ଥାପିତ ସ୍ଥାପିତ ହୁଅନ୍ତୁ । ହୀରାକୁଦ ନଦୀବନ୍ଧର 65 ତମ ଜନ୍ମ ତିଥିରେ ଏତିକି କାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.