ETV Bharat / city

ସମ୍ବଲପୁରରେ ଆଉ 38 ନୁଆ କୋରୋନା ଅକ୍ରାନ୍ତ ଚିହ୍ନଟ

author img

By

Published : Aug 13, 2020, 7:19 PM IST

ଗୁରୁବାର ଚିହ୍ନଟ ହୋଇଥିବା 38 ଜଣ ନୁଆ କୋରୋନା ଆକ୍ରାନ୍ତ ଙ୍କ ମଧ୍ୟରେ 3 ଜଣ କୋରୋନା ଯୋଦ୍ଧା ରହିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ କେୟାର କୁ ପଠାଯାଇଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ ଆଉ 38 ନୁଆ କୋରୋନା ଅକ୍ରାନ୍ତ ଚିହ୍ନଟ
ସମ୍ବଲପୁରରେ ଆଉ 38 ନୁଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ଜିଲ୍ଲାରେ ଆଜି (ଗୁରୁବାର) ପୁଣି 38 ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଅକ୍ରାନ୍ତଙ୍କ ମଧ୍ୟରେ 3 କୋଭିଡ ଯୋଦ୍ଧା ଅଛନ୍ତି।

ସଂକ୍ରମିତଙ୍କ ମଧ୍ୟରେ 21 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 17 ଜଣ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଥିବା ଜିଲ୍ଲାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅକ୍ରାନ୍ତ ମାନେ ସମ୍ବଲପୁର ମହାନଗର, ରେଙ୍ଗାଲୀ, ଯୁଜୁମୁରା, ଜମେନ କିରା ଓ ନାକଟିଦେଉଲ ଅଞ୍ଚଳର ଅଟନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲ କୁ ପଠାଇ ଦିଆଯାଇଛି।

ତେବେ ଜଣେ 16 ବର୍ଷର ଯୁବକ ଙ୍କୁ ହୋମ ଆଇସୋଲେସନରେ ରଖା ଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ମୋଟ 1269 ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ, 693 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ 574ଟି ଆକ୍ଟିବ କେସ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.